ପୂର୍ଣ୍ଣିମା ଆଲୋକରେ ହେବ ହାତୀ ଗଣନା
ପୂର୍ଣ୍ଣିମା ଆଲୋକରେ ହେବ ହାତୀ ଗଣନା। ବନବିଭାଗ ନିଷ୍ପତ୍ତି କ୍ରମେ ଆସନ୍ତା ୧୪ ଓ ୧୫ ଦୁଇଦିନ ଧରି ଢେଙ୍କାନାଳ ଜିଲ୍ଲାରେ ହେବ ହାତୀ ଗଣନା । ଏଥିପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ହାତୀ ସଂଖ୍ୟାରେ ଶିମିଳିପାଳ ଏକ ନମ୍ୱର୍ ହୋଇଥିବା ବେଳେ ଦ୍ଵିତୀୟ ରେ ରହିଛି ଢେଙ୍କାନାଳ। ହାତୀ ଗଣନା ପାଇଁ ଜିଲାରେ ସମସ୍ତ ୮ଟି ରେଞ୍ଜରେ ରେଞ୍ଜର, ଫରେଷ୍ଟ ଗାର୍ଡ, ଡେପୁଟୀ ରେଞ୍ଜର ଓ ଫରେଷ୍ଟର ଏବଂ ହାତୀ ସ୍କ୍ୱାଡ କର୍ମଚାରୀ, ଟ୍ରାକର ଆଦିଙ୍କୁ ନେଇ ୪୦୦ରୁ ଉଦ୍ଧ୍ୱର୍ ଲୋକଙ୍କୁ ନିୟୋଜିତ କରାଯାଇଛି ।
ସେହିପରି ଗଣନା ସମୟରେ ବନ୍ୟପ୍ରାଣୀ ଉପରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହିବେ। ଏଥିପାଇଁ ୪ଟି ନାଇଟି ଭିଜନ ଡ୍ରୋନ ଲଗାଯିବ । ସେହିପରି ବାଇନାକୁଲାର ସହିତ ଲାଇଟ୍ ଏବଂ ଲାଇଟ୍ ଲାଗିଥିବା ସ୍ୱତନ୍ତ୍ର ଗାଡି ମଧ୍ୟ ବ୍ୟବସ୍ଥା ରହିଛି । ଜିଲ୍ଲାରେ ୩୦୦ରୁ ଅଧିକ ହାତୀ ରହିଥିବା ବେଳେ କେବଳ ହିନ୍ଦୋଳ ରେଞ୍ଜ ୨୦୦ ହାତୀ ଥିବା ଜଣାପଡିଛି।
Related posts:
ନବୀନଙ୍କ ବଡ଼ ପ୍ରତିକ୍ରିୟା: ବିଜେଡି ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ କରୁଥିଲାDecember 6, 2024
ଭିଜିଲାନ୍ସ ଜାଲରେ ଏସିଏଫ୍December 6, 2024
ଅପହରଣ ପରେ ହତ୍ଯା କଲେ ମାଓବାଦୀDecember 5, 2024
ସର୍ବସାଧାରଣ ସ୍ଥାନରେ ଗୋମାଂସ ବିକ୍ରି ଓ ଖାଇବାରେ କଟକଣାDecember 5, 2024
ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନDecember 5, 2024
ନୌସେନା ଦିବସ ଉଦଘାଟନ କଲେ ରାଷ୍ଟ୍ରପତିDecember 4, 2024