ଜାତୀୟ

ବାହାରିବ ଏଲନ ମସ୍କଙ୍କ ସ୍ପେସ ଏକ୍ସ ଡ୍ରାଗନ, ଫେରିବେ ସୁନିତା

0
(0)

ମହାକାଶରେ ଫସି ରହିଥିବା ମହାକାଶଚାରିଣୀ ସୁନୀତା ଓ୍ବିଲିୟମ୍ସ ଓ ବୁଚ ଓ୍ବିଲମୋରଙ୍କୁ ଆଣିବା ଲାଗି ଆଜିଠାରୁ ଆରମ୍ଭ  ହେବ ପ୍ରକ୍ରିୟା । ଆଜି ଆନ୍ତର୍ଜାତିକ ମହାକାଶ ଷ୍ଟେସନ ଅଭିମୁଖେ ବାହାରିବ ଏଲନ ମସ୍କଙ୍କ ସ୍ପେସ ଏକ୍ସ ଡ୍ରାଗନ । ଗତବର୍ଷ ଜୁନ ୫ରେ ଫ୍ଲୋରିଡାରୁ ବୋଇଂ ଷ୍ଟାରଲାଇନରକୁ ଉତକ୍ଷେପଣ କରାଯାଇଥିଲା । ମାତ୍ର ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁଇ ମହାକାଶଚାରୀଙ୍କୁ ଫେରାଇ ଅଣାଯାଇପାରୁନାହିଁ । ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ମିସନ ଆରମ୍ଭ ହେବ ।

ଡ୍ରାଗନ ସ୍ପେସକ୍ରାଫ୍ଟରେ ଯିବାକୁ ଥିବା ଚାରି ମହାକାଶଚାରୀ ହେଉଛନ୍ତି ଆନ୍ନେ ମାକଲେନ, ଆୟର୍ସ ନିକୋଲ ଆୟର୍ସ, ତାକୁୟା ଅନିସି ଓ କିରିଲ ପେସକୋଭ । ଫାଲକନ-୯ରୁ ଅଲଗା ହୋଇଯିବା ପରେ ଡ୍ରାଗନ ସ୍ପେସକ୍ରାଫ୍ଟ ସ୍ପେସ ଷ୍ଟେସନର ନିକଟବର୍ତ୍ତୀ ହେବ । ପରେ ସେଥିରେ ମହାକାଶଚାରୀ ଫେରିବେ । ତେବେ ଏହି ପ୍ରସଙ୍ଗକୁ ନେଇ ଆମେରିକା ରାଜନୀତି ଜୋର ଧରିଛି । ପୂର୍ବତନ ବାଇଡେ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଆସନ୍ତା ମାର୍ଚ୍ଚ ୧୯ କିମ୍ବା ୨୦ରେ ସୁନୀତା ଓ ଓ୍ବିଲମୋର ପୃଥିବୀ ଫେରିବା ସମ୍ଭାବନା ରହିଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE