ଇପିଏଫ ହିତାଧିକାରୀଙ୍କ ପାଇଁ ବଡ଼ ଖବର
EPF ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ୮.୨୫% EPF ସୁଧହାରକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର । ୨୦୨୪-୨୫ ଆର୍ଥିକ ବର୍ଷ EPF ସୁଧହାରକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । CBT ବୈଠକରେ ୮.୨୫% EPF ସୁଧହାର ପ୍ରସ୍ତାବ ଦିଆଯାଇଥିଲା ।
EPFO, ୨୮ ଫେବୃଆରୀରେ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି (EPF) ଜମା ଉପରେ ପୂର୍ବ ଆର୍ଥିକ ବର୍ଷରେ ପ୍ରଦାନ କରାଯାଇଥିବା ହାର ସହିତ ସମାନ ୮.୨୫ ପ୍ରତିଶତ ସୁଧ ହାର ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିଲା। ୨୦୨୪-୨୫ ପାଇଁ ଅନୁମୋଦିତ ସୁଧ ହାର ଅର୍ଥ ମନ୍ତ୍ରଣାଳୟର ସମ୍ମତି ପାଇଁ ପଠାଯାଇଥିଲା। ଯାହାକୁ ସମ୍ମତି ପ୍ରକାଶ କରିଛି ମନ୍ତ୍ରଣାଳୟ ।
ତେବେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ କିମ୍ବା କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ହେଉଛି ଏକ ସରକାରୀ ସୁରକ୍ଷା ଯୋଜନା ଯାହାକି EPFO (କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ) ଦ୍ୱାରା ପରିଚାଳିତ ହୁଏ । ଏହି ପାଣ୍ଠିରେ, ଦରମା ପ୍ରାପ୍ତ ବ୍ୟକ୍ତିଙ୍କ ବେତନରୁ PF କଟାଯାଇ ସଞ୍ଚୟ କରାଯାଇଥାଏ । ଯେଉଁଠାରେ ସଞ୍ଚୟ ଉଦ୍ଦେଶ୍ୟରେ ଲୋକମାନେ ପିପିଏଫ୍ ଆକାଉଣ୍ଟ ମଧ୍ୟ ଖୋଲନ୍ତି। ଏହି ପାଣ୍ଠିରେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟାଯାଇଥାଏ ।
ଯଦି ଆପଣ PF ଆକାଉଣ୍ଟର KYC କରିସାରିଛନ୍ତି, ତେବେ ପ୍ରତି ମାସରେ PF କଟାଯିବା ପରେ ଆପଣ ନିଜ ଫୋନରେ ଆପଣଙ୍କର ବାଲାନ୍ସ ବିଷୟରେ ଜାଣିପାରିବେ । ଆପଣ ମଧ୍ୟ ସମୟ ସମୟରେ ନିଜ PF ବାଲାନ୍ସକୁ ଯାଞ୍ଚ କରିପାରିବେ। ତେବେ ଆପଣ ବି ଇଣ୍ଟରନେଟ୍ ସାହାଯ୍ୟରେ ମଧ୍ୟ ବାଲାନ୍ସ ଚେକ୍ କରିପାରିବେ। ତେବେ କେମିତି ଚେକ୍ କରିବେ ଆସନ୍ତୁ ଜାଣିବା…ମିସ୍ କଲ୍ ମାଧ୍ୟମରେ ବାଲାନ୍ସ ଜାଣିପାରିବେ…ଆପଣ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ 011-22901406 ରେ ଏକ ମିସ୍ କଲ ଦେଇ ଆପଣ ବାଲାନ୍ସ ଯାଞ୍ଚ କରିପାରିବେ । ଯଦି UAN ଆପଣଙ୍କର କୌଣସି ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଆଧାର, ଏବଂ ପାନ୍ ନମ୍ବର ସହିତ ସଂଯୁକ୍ତ, ତେବେ ଆପଣ ଆପଣଙ୍କର PF ବାଲାନ୍ସ ସହିତ ଶେଷ ଅବଦାନ ସୂଚନା ମଧ୍ୟ ପାଇପାରିବେ । ୟୁନିଫାଏଡ୍ ପୋର୍ଟାଲରେ UAN ସହିତ ଆପଣଙ୍କର ମୋବାଇଲ୍ ନମ୍ବର ସକ୍ରିୟ ହେବା ଆବଶ୍ୟକତା ରହିଛି । ତେବେ ଏଥି ପାଇଁ କୌଣସି ଇଣ୍ଟର୍ନେଟ୍ ଆବଶ୍ୟକ ନାହିଁ।
