ଜାତୀୟ

ଇଭିଏମରେ ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ

0
(0)

ହଟିଯିବ କଳାଧଳା ଫଟୋ, ଇଭିଏମରେ ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଗାଇଡଲାଇନ ଆଣିଲେ ନିର୍ବାଚନ କମିଶନ । ନୂଆ ଗାଇଡଲାଇନ ଅନୁସାରେ ଏଣିକି ଇଭିଏମରେ ସମସ୍ତ ପ୍ରାର୍ଥୀଙ୍କର ରଙ୍ଗୀନ ଫଟୋ ରହିବ । ପ୍ରଥମ ଥର ପାଇଁ ଏହି ରଙ୍ଗୀନ ଫଟୋର ବ୍ୟବସ୍ଥା କରାଯିବ । ପୂର୍ବରୁ କଳା-ଧଳା ଫଟୋ ରହୁଥିବା ବେଳେ ବାଲାଟ୍ ପେପରକୁ ଅଧିକ ପାଠ୍ୟ କରିବାକୁ ନିର୍ଦ୍ଦେଶାବଳୀରେ ସଂଶୋଧନ କରାଯାଇଛି । ବିହାରରୁ ପ୍ରଥରେ ଏହି ପରିବର୍ତ୍ତି ନିୟମ ଲାଗୁହେବ । ପରେ ଅନ୍ୟ ରାଜ୍ୟର ନିର୍ବାଚନରେ ଏହି ପ୍ରକ୍ରିୟା ଲାଗୁ ହେବ ।

ଖାଲି ଫଟୋ ନୁହେଁ ପ୍ରାର୍ଥୀଙ୍କ କ୍ରମିକ ସଂଖ୍ୟା ବି ସ୍ପଷ୍ଟ ଭାବେ ପ୍ରଦର୍ଶିତ ହେବ । ତେବେ ଆଉ କିଛି ଦିନ ପରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ନିର୍ବାଚନ କମିସନ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ବିହାର ନିର୍ବାଚନ ପାଇଁ ଯଦିଓ ତାରିଖ ଘୋଷଣା ହୋଇନି ମାତ୍ର ତା ଆଗରୁ କମିସନ ବିହାରରେ ଏକ ନୂତନ ପରୀକ୍ଷଣ ଆରମ୍ଭ କରୁଛନ୍ତି । ଯାହା ବିହାରରେ ସଫଳ ହେବା ପରେ ଅନ୍ୟ ରାଜ୍ୟରେ ଲାଗୁ କରାଯିବ ।

ଇଭିଏମ୍ ବାଲଟ୍ ପେପରରେ ପୂର୍ବରୁ କଳା ଏବଂ ଧଳା ଫଟୋ ରହୁଥିବା ବେଲେ ଏବେ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ରହିବ। ନିର୍ବାଚନ କମିସନ ଇଭିଏମ ବାଲଟରେ ପ୍ରାର୍ଥୀଙ୍କ ଫଟୋ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ନୂତନ ନିୟମ ଅନୁସାରେ- ପ୍ରାର୍ଥୀଙ୍କ ମୁହଁ ଏବେ ବାଲଟ୍ ପେପରର ତିନି-ଚତୁର୍ଥାଂଶ ସ୍ଥାନ ଗ୍ରହଣ କରିବ । ଏହା ଭୋଟରଙ୍କ ଚିହ୍ନଟ ପ୍ରକ୍ରିୟାକୁ ସହଜ କରିବ । ଏହା ବ୍ୟତୀତ ସିରିଏଲ୍ ନମ୍ବରକୁ ବି ଏବେ ଅଧିକ ଗୁରୁତ୍ୱ ଦିଆଯିବ। ନିର୍ବାଚନରେ ସ୍ୱଚ୍ଛତା ଆଣିବା ଏବଂ ଭୋଟରଙ୍କ ସୁବିଧା ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE