ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ ବିଧାୟକ କଲିକେଶ ସିଂଦେଓଙ୍କ କଥା କଟାକଟି
ସୁଶାସନ ଦିବସରେ ମିଲର୍ସଙ୍କୁ ଉପ ମୁଖ୍ୟମନ୍ତ୍ରୀଙ୍କ ଧମକ । ସରକାର ପାଖରେ ଅନେକ ବାଟ ଅଛି । କିନ୍ତୁ ଯେଉଁ ମିଲର୍ସ ସରକାରଙ୍କ ନିର୍ଦ୍ଦେଶକୁ ମାନିବେ ନାହିଁ, ସେହି ମିଲର୍ସର ବିଦ୍ୟୁତ ସଂଯୋଗ ବି କଟାଯାଇପାରେ । ଲିଫ୍ଟିଂ ଅର୍ଡର ବି ବନ୍ଦ କରିଦିଆଯାଇପାରେ । ଏ କଥା ଦାୟିତ୍ବ ସଂପନ୍ନ ଗଣମାଧ୍ୟମ ପହଞ୍ଚାଇବା ନିହାତି ଦରକାର । ସୁଶାସନ ଦିବସରେ ଏମିତି କିଛି କହିଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଶୈଳଶ୍ରୀ ପ୍ୟାଲେସର ପାୱାର କରିଡରରେ ମୁହାଁମୁହିଁ ଭାଇ-ଭାଇ ।
ସାତ ଦିନ ତଳେ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓ ସାମ୍ବାଦିକ ସମ୍ମିଳନୀ ଡାକି ମିଲର୍ସ ଦେଉଥିବା ଚିରା ଅଖା ବସ୍ତାକୁ ଗଣମାଧ୍ୟମ ଆଗରେ ଦେଖାଇଥିଲେ। କଳିକେଶ ଚିରା ଅଖାକୁ ଦେଖାଇ କହିଥିଲେ ମଣ୍ଡି ବ୍ୟବସ୍ଥାର ଅବସ୍ଥା । ଚାଷୀଙ୍କ ପ୍ରତି ସରକାରଙ୍କ ଦରଦକୁ ନେଇ ସମାଲୋଚନା କରିଥିଲେ କଳିକେଶ । କାକା ପୁଅ ଭାଇ କଳିକେଶଙ୍କ ଅଭିଯୋଗରେ ଅବଗତ ଥିବା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସୁଶାସନ ଦିବସରେ ମଂଚ ଉପରୁ କଳିକେଶଙ୍କୁ ଜବାବ ଦେଇଥିଲେ । ଅବଶ୍ୟ ଉପହାସ କରି କଳିକେଶଙ୍କୁ ଜବାବ ଦେବା ସମୟରେ ମଂଚରୁ ଉଠି ଆସିଥିଲେ ଦୁଇ ବିଜେଡି ନେତ୍ରୀ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଓ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ।