ସ୍ୱତନ୍ତ୍ର

ପାରାସିଟାମଲ୍‌ ସହିତ ୫୩ଟି ଔଷଧ କ୍ୱାଲିଟି ଟେଷ୍ଟରେ ଫେଲ୍‌

0
(0)

କ୍ୟାଲସିୟମ ଏବଂ ଭିଟାମିନ୍ D3 ସପ୍ଲିମେଣ୍ଟସ୍, ଆଣ୍ଟି-ଡାଇବେଟିସ୍ ବଟିକା ଏବଂ ଉଚ୍ଚ ରକ୍ତଚାପ ଔଷଧ ସମେତ ୫୦ରୁ ଅଧିକ ମେଡିସିନ୍‌ ଭାରତର ଔଷଧ ନିୟନ୍ତ୍ରକ ଦ୍ୱାରା ହୋଇଥିବା ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି ।

ଯଦି ଆପଣଙ୍କୁ ଜ୍ୱର ହୋଇଛି ଆଉ ଆପଣ ପାରାସିଟାମୋଲ ମେଡିସିନ୍‌ ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାହିଁକି ନା ଦେଶର ଡ୍ରଗ୍‌ ରେଗୁଲେଟର ସେଣ୍ଟ୍ରାଲ୍ ଡ୍ରଗମାନକ ନିୟନ୍ତ୍ରଣ ସଂଗଠନ (CDSCO) ଦ୍ୱାରା ହୋଇଥିବା ଗୁଣାତ୍ମକ ପରୀକ୍ଷାରେ ବିଫଳ ହୋଇଛି ପାରାସିଟାମୋଲ୍‌ । ଏହି ଗୁଣାତ୍ମକ ପରୀକ୍ଷଣରେ ପାରାସିଟାମୋଲ ସମେତ ୫୩ଟି ଔଷଧ ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି।

କ୍ୟାଲସିୟମ ଏବଂ ଭିଟାମିନ୍ D3 ସପ୍ଲିମେଣ୍ଟସ୍, ଆଣ୍ଟି-ଡାଇବେଟିସ୍ ବଟିକା ଏବଂ ଉଚ୍ଚ ରକ୍ତଚାପ ଔଷଧ ସମେତ ୫୦ରୁ ଅଧିକ ମେଡିସିନ୍‌ ଭାରତର ଔଷଧ ନିୟନ୍ତ୍ରକ ଦ୍ୱାରା ହୋଇଥିବା ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି । ଏହାର ସଦ୍ୟତମ ଡ୍ରଗ୍ ଆଲର୍ଟ ତାଲିକାରେ, କେନ୍ଦ୍ରୀୟ ଡ୍ରଗ୍ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ୫୩ଟି ଔଷଧକୁ ‘ନଟ୍‌ ଅଫ୍ ଷ୍ଟାଣ୍ଡାର୍ଡ କ୍ୱାଲିଟି’ (NSQ) ଭାବରେ ଘୋଷଣା କରିଛି ।ଭିଟାମିନ୍ ସି ଏବଂ D3 ଟାବଲେଟ୍ ସେଲକାଲ୍, ଭିଟାମିନ୍ ବି କମ୍ପ୍ଲେକ୍ସ ଏବଂ ଭିଟାମିନ୍ ସି ସଫ୍ଟଜେଲ୍ସ, ଆଣ୍ଟିସିଡ୍ ପାନ୍-ଡି, ପାରାସିଟାମୋଲ୍ ଟାବଲେଟ୍ ଆଇପି ୫୦୦ mg, ଆଣ୍ଟି-ଡାଇବେଟିସ୍ ଔଷଧ ଗ୍ଲାଇମିପିରାଇଡ୍, ଉଚ୍ଚ ରକ୍ତଚାପ ଔଷଧ ଟେଲମିସାର୍ଟାନ୍ ଭଳି ମୋଟ୍‌ ୫୩ଟି ବହୁଳ ବ୍ୟବହାର ହେଉଥିବା ଔଷଧ ଗୁଣାତ୍ମକ ଯାଞ୍ଚରେ ବିଫଳ ହୋଇଛି ।

ଏହି ମେଡିସିନଗୁଡିକ ହେଟେରୋ ଡ୍ରଗ୍, ଆଲକେମ୍ ଲାବୋରଟୋରୀ, ହିନ୍ଦୁସ୍ଥାନ ଆଣ୍ଟିବାୟୋଟିକ୍ସ ଲିମିଟେଡ୍ (HAL), କର୍ଣ୍ଣାଟକ ଆଣ୍ଟିବାୟୋଟିକ୍ସ ଏବଂ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍, ମେଗ୍ ଲାଇଫ ସାଇନ୍ସ, Pure & Cure ହେଲ୍ଥକେୟାର ଦ୍ୱାରା ପ୍ରସ୍ତୁତ କରାଯାଏ । ଷ୍ଟୋମାକ୍‌ ସଂକ୍ରମଣର ଚିକିତ୍ସା ପାଇଁ ଏକ ବହୁଳ ବ୍ୟବହୃତ ଔଷଧ, PSU ହିନ୍ଦୁସ୍ଥାନ ଆଣ୍ଟିବାୟୋଟିକ୍ ଲିମିଟେଡ୍ (HAL) ଦ୍ୱାରା ଉତ୍ପାଦିତ ମେଟ୍ରୋନିଡାଜୋଲ୍ ମଧ୍ୟ ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି ।CSDSO ୫୩ଟି ଔଷଧର ଏକ ତାଲିକା ପ୍ରକାଶ କରିଛି ଯାହା ପରୀକ୍ଷାଣରେ ବିଫଳ ହୋଇଛି । ସେଥିମଧ୍ୟରୁ ୫ଟି ମେଡିସିନ୍‌ ନକଲି ଥିଲା । ଅର୍ଥାତ୍ ଔଷଧ ଉତ୍ପାଦନକାରୀ କମ୍ପାନୀଗୁଡିକ କହିଛନ୍ତି ଯେ ଏହା ସେମାନଙ୍କର ଔଷଧ ନୁହେଁ, ବରଂ ନକଲି ଔଷଧ ସେମାନଙ୍କ ନାମରେ ବଜାରରେ ବିକ୍ରି ହେଉଛି ।ଚଳିତ ବର୍ଷ ଅଗଷ୍ଟରେ କେନ୍ଦ୍ର ସରକାର ୧୫୬ ଫିକ୍ସଡ ଡୋଜ୍ ମିଶ୍ରଣ (FDC) ଔଷଧ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଜ୍ୱର ଏବଂ ଥଣ୍ଡା ବ୍ୟତୀତ ଏଗୁଡିକ ସାଧାରଣତଃ ପେନ୍‌ କିଲର, ମଲ୍ଟି ଭିଟାମିନ୍ ଏବଂ ଆଣ୍ଟିବାୟୋଟିକ୍ ଭାବରେ ବ୍ୟବହୃତ ହେଉଥିଲା ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply

Your email address will not be published. Required fields are marked *