ରାଜ୍ୟ

ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ

0
(0)

ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ୍ ରାଜମୋହନପୁର ଗାଁ ତାଣ୍ଡିଚିରା ନିକଟରେ ଫରେଷ୍ଟ ଗାର୍ଡଙ୍କୁ ହତ୍ୟା ଅଭିଯୋଗ । ମୃତ ଫରେଷ୍ଟ ଗାର୍ଡ ହେଲେ ପ୍ରହଲ୍ଲାଦ ପ୍ରଧାନ (ମାନସ)। କାମାକ୍ଷାନଗର ଥାନା ଜିରିଡାମାଳି ଗାଁରେ ମାନସଙ୍କ ଘର । ତାଙ୍କୁ ବନ୍ୟଜନ୍ତୁ ଶିକାରୀମାନେ ଗୁଳି କରି ହତ୍ୟା କରିଥିବା ବନ ବିଭାଗ ସୂଚନା ଦେଇଛି । ଏହି ଘଟଣାରେ ୪ ଶିକାରୀଙ୍କୁ ବନ ବିଭାଗ ଅଟକ ରଖି ତଦନ୍ତ ଚଳାଇଛି।

ସୂଚନା ମୁତାବକ, ହିନ୍ଦୋଳ ଫରେଷ୍ଟ ସେକ୍ସନରେ ଫରେଷ୍ଟ ଗାର୍ଡ ଭାବେ ମାନସ କାର୍ଯ୍ୟ କରୁଥିଲେ। ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ରାଜମୋହନପୁର ତାଣ୍ଡିଚିରା ଜଙ୍ଗଲକୁ ପାଟ୍ରୋଲିଂ ପାଇଁ ଯାଇଥିଲେ। ଏହି ସମୟରେ ଶିକାରୀମାନେ ମାନସଙ୍କୁ ଟାର୍ଗେଟ୍ କରି ଗୁଳି ମାଡ଼ କରିଥିଲେ । ତାଙ୍କ ଛାତିରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ। ସାଥି କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଅନୁଗୁଳ ମେଡିକାଲ ଓ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ ଚଳାଇଛନ୍ତି। ଏହି ଘଟଣାରେ ୪ଜଣଙ୍କୁ ବନ ବିଭାଗ ଅଟକ ରଖି ପଚରାଉଚରା କରୁଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE