ରାଜ୍ୟ

ପ୍ରଦୀପ ଜେନାଙ୍କୁ ଓଇଆରସିର ଅଧ୍ୟକ୍ଷ ନିଯୁକ୍ତ

0
(0)

ବରିଷ୍ଠ ଆଇଏଏସ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ନୂଆ ଦାୟିତ୍ବ। ରାଜ୍ୟ ସରକାର ପ୍ରଦୀପ ଜେନାଙ୍କୁ ଓଇଆରସିର ନୂଆ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି । ଏହି ପଦବୀ ବରିଷ୍ଠ ଆଇଏଏସ ସୁରେଶ ମହାପାତ୍ରଙ୍କ ଅବସର ପରେ ଖାଲି ଥିଲା ପଡ଼ିଥିଲା।

ସୂଚନାଥାଉକି, ୧୯୬୪ ମସିହା ଜାନୁଆରୀ ୧ରେ ଢେଙ୍କାନାଳରେ ଜନ୍ମ ଗ୍ରହଣ କରିଥିବା ପ୍ରଦୀପ, ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କ୍ୟାରିୟର ଆରମ୍ଭ କରି ପରେ କଳାହାଣ୍ଡିର ଜିଲ୍ଲାପାଳ ହୋଇଥିଲେ। ନିଜ କାର୍ଯ୍ୟକାଳ ସମୟରେ ସେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଏବଂ ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ଆଇଟି ଓ ଶକ୍ତି ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।

୧୯୮୯ ବ୍ୟାଚ୍‌ର ଆଇଏଏସ ଅଫିସର ପ୍ରଦୀପ ଜେନା ୨୦୨୩ ମାର୍ଚ୍ଚ ୧ରେ ସେ ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତ ହୋଇଥିଲେ। ମୁଖ୍ୟ ଶାସନ ସଚିବ ହେବା ପୂର୍ବରୁ ସେ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସଆରସି) ଓ ଉନ୍ନୟନ କମିଶନର ଭାବରେ ଦାୟିତ୍ୱରେ ରହିଥିଲେ। ପ୍ରଦୀପ ମୁଖ୍ୟ ଶାସନ ସଚିବ ପଦ ସହିତ ଚିଫ୍ ଡେଭଲପେଣ୍ଟ କମିଶନର ଅଫ୍ ଓଡ଼ିଶା ଦାୟିତ୍ୱରେ ମଧ୍ୟ ନିଯୁକ୍ତ ହୋଇଥିଲେ।ଗ୍ରାମୀଣ ବିକାଶ, ପରିବହନ, ସୂଚନା ପ୍ରଯୁକ୍ତିବିଦ୍ୟା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପଞ୍ଚାୟତ ରାଜ, ବିଦ୍ୟୁତ୍, ଜଳ ସମ୍ପଦ ପରିଚାଳନା ଏବଂ ବିପର୍ଯ୍ୟୟ ପରିଚାଳନା ଭଳି ବିଭିନ୍ନ କ୍ଷେତ୍ରରେ କାମ କରିଛନ୍ତି | ୧୯୯୯ ମହାବାତ୍ୟା ସମୟରେ କଟକ ଏବଂ କଳାହାଣ୍ଡି ଜିଲ୍ଳାପାଳ ଭାବରେ କାର୍ଯ୍ୟ କରିଥିଲେ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE