ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନ୍ସର
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନ୍ସର । ବାଇଡେନ୍ ପ୍ରୋଷ୍ଟେଟ୍ କ୍ୟାନ୍ସରରେ ପୀଡ଼ିତ । ଏନେଇ ତାଙ୍କ ଅଫିସ୍ ପକ୍ଷରୁ ରବିବାର ସୂଚନା ଦିଆଯାଇଛି ।
ମୂତ୍ରାଶୟରେ ଅସୁବିଧା ପରେ ଗତସପ୍ତାହରେ ଡାକ୍ତରମାନେ ତାଙ୍କୁ ଚେକ୍ ଅପ୍ କରିଥିଲେ ।
ଏହାପରେ ବାଇଡେନ୍ ପ୍ରୋଷ୍ଟେଟ୍ କ୍ୟାନ୍ସରରେ ପୀଡ଼ିତ ଥିବା ଜଣାପଡ଼ିଛି । ୮୨ ବର୍ଷୀୟ ବାଇଡେନ୍ ଏବେ ଡାକ୍ତରୀ ଦଳଙ୍କ ନୀରିକ୍ଷଣରେ ଅଛନ୍ତି ।
