୪ ମାସ ହେଲା ଘରେ ନାଳପାଣି ଭାସୁଛି
ଦାବି ପୂରଣ ନେଇ ବାରମ୍ବାର ବିଏମ୍ସି ଅଫିସକୁ ଦୌଡି ନିରାଶ ହେବା ପରେ ଶେଷରେ ଅଫିସ୍ ଚାମ୍ବର ଭିତରେ ପରିସ୍ରା କରି ପ୍ରତିବାଦ ଜଣାଇଛନ୍ତି ୪୫ ନମ୍ବର ୱାର୍ଡର ଶବର ସାହି ବାସିନ୍ଦା ।
ଭୁବନେଶ୍ବର ମ୍ୟୁନିସପାଲ କର୍ପୋରେସନ ଅଫିସ୍ । ଶୁକ୍ରବାର । ସିଟି ଇଞ୍ଜିନିୟର ବିଳାସ କୁମାର ବେହେରାଙ୍କ ଚାମ୍ବରରେ ପଶିଥିଲେ ୪୫ ନମ୍ବର ୱାର୍ଡର ଶବର ସାହି ବାସିନ୍ଦା । ନଗର ଯନ୍ତ୍ରୀଙ୍କୁ ଶୁଣାଇଥିଲେ ରାତି ପାହିଲେ ସେମାନେ ସାମ୍ନା କରୁଥିବା ଦୁଃଖ ଓ ଯନ୍ତ୍ରଣାର କାହାଣୀ। ଅଫିସର ଓ ବସ୍ତିବାସିନ୍ଦାଙ୍କ ଭିତରେ ଚାଲିଲା ଯୁକ୍ତି ତର୍କ । ପରେ ପ୍ରତିବାଦ ପୂର୍ବକ ଅଫିସ ଚାମ୍ବର ଭିତରେ ପରିସ୍ରା କରିଦେଲେ କିଛି ବସ୍ତି ବାସିନ୍ଦା । କହିଥିଲେ, ୪ ମାସ ହେଲା ଘରେ ନାଳପାଣି ଭାସୁଛି । ବିଏମସିକୁ ଦୌଡି ଦୌଡି ନୟାନ୍ତ ହେଲୁଣୁ । ଆପଣ ବି ଥରେ ଅନୁଭବ କରନ୍ତୁ ଘରେ ଝାଡା ପରିସ୍ରା ପଶିଲେ କେମିତି ଅନୁଭବ ହୁଏ । କେବଳ ଏତିକି ନୁହେଁ, ତୁରନ୍ତ ଦାବି ପୂରଣ ନ ହେଲେ ଆଗକୁ ଅଫିସରେ ମଳ ତ୍ୟାଗ କରିବାକୁ ଦେଇଥିଲେ ଖୋଲା ଚେତାବନୀ ।
Related posts:
କଟକ ବାଲିଯାତ୍ରାକୁ ମିଳିଲା ‘ଜାତୀୟ ମାନ୍ୟତା’February 6, 2025
୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀFebruary 6, 2025
ଆକ୍ସନ ମୋଡରେ ସିଏମଓFebruary 6, 2025
ଟିକେଟ ପାଇଁ ଦଳାଚକଟା, ବାରବାଟୀ କ୍ରିକେଟ ଫିଭରFebruary 5, 2025
ଭିଜିଲାନ୍ସ ପଞ୍ଝାରେ ଜଳସମ୍ପଦ ଅଧିକାରୀFebruary 5, 2025
ଏସ୍ସିବିରେ ହେବ ବୃହତ୍ ଟ୍ରମା ସେଣ୍ଟରFebruary 4, 2025