ରାଜନୀତି

ଗଞ୍ଜାମରେ ତୁଟିଲାନି ବିଜେଡି କଳି

0
(0)

ଗଞ୍ଜାମରେ ତୁଟିଲାନି ବିଜେଡି କଳି । ଆସିଥିଲେ ଶଙ୍ଖଭବନ, ତା’ପରେ ଗଲେ ନବୀନ ନିବାସ । ଶେଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କିଛି ସମୟ ଧରି ଆଲୋଚନା କରି ବାହୁଡ଼ିଗଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଏବଂ ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉ ପଟ୍ଟନାୟକଙ୍କ ଗୋଷ୍ଠୀ ।

ସାଙ୍ଗରେ ଥିଲେ ବ୍ରହ୍ମପୁର ମେୟରଙ୍କ ସମେତ ସମସ୍ତ କର୍ପୋରେଟର୍ । କୁହାଯାଉଛି, ଦୀର୍ଘ ଦିନ ହେଲାଣି ବ୍ରହ୍ମପୁରର ରାମ ଲିଙ୍ଗମ୍ ଟ୍ୟାଙ୍କକୁ ନେଇ ବିକ୍ରମ ପଣ୍ଡା ଏବଂ ଚ୍ୟାଉପଟ୍ଟନାୟକ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଛି । ଏହି ବିବାଦକୁ ଧରି ଗତକାଲି ଶଙ୍ଖଭବନ ପହଞ୍ଚିଥିଲେ ଉଭୟ ଗୋଷ୍ଠୀ ।

ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବସିଥିଲା ବୈଠକ । ତଥାପି ବିବାଦ ନତୁଟିବାରୁ ନବୀନ ନିବାସରେ ପହଞ୍ଚିଲେ ଉଭୟ ପକ୍ଷ । ସେଠାରେ ଗଂଜାମର ସମସ୍ତ ନେତାଙ୍କୁ ଭେଟି ଆଲୋଚନା କରିଥିଲେ ବିଜେଡି ସୁପ୍ରିମୋ । ବ୍ରହ୍ମପୁର ମହାନଗର ନିଗମର ୩୪ କର୍ପୋରେଟର, ମେୟର, ଡେପୁଟି ମେୟର, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସହ ସାଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE