ଜେମଷ୍ଟୋନ୍ ବଦଳାଇ ଦେବ ଆପଣଙ୍କ ଭାଗ୍ୟ
ବ୍ୟସ୍ତବହୁଳ ଜୀବନରେ ନିଜ ପାଇଁ ସମୟ ଟିକେ କାଢିବା ମଧ୍ୟ ବହୁତ କଷ୍ଟକର ହୋଇ ପଡ଼ିଛି । ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାମ ସାରିବାକୁ ଇଚ୍ଛା ଭିତରେ କେତେବେଳେ ଦିନରୁ ରାତି ହୋଇ ଯାଏ, ତାହା ଜଣାପଡୁନାହିଁ । ସେଥିରୁ ଯାହା ଅଳ୍ପ କିଛି ସମୟ ବାକି ରହୁଛି, ସେଥିରେ ବି ଆମେ ବସି ଭାବିବାରେ ଲାଗି ପଡ଼ୁଛେ । ଅନେକ ଥର ଏହି ଚିନ୍ତା ଏତେ ଗଭୀର ହୋଇଯାଏ, ଯାହା ଧୀରେ ଧୀରେ ଆମକୁ ମାନସିକ ସ୍ତରରେ ପ୍ରଭାବିତ କରିବାକୁ ଲାଗିଥାଏ । ତେଣୁ ଆଜି ପ୍ରତ୍ୟେକ ବ୍ୟକ୍ତି ଓଭର ଥିଙ୍କିଙ୍ଗର ଶିକାର । ଯଦି ଆପଣ ଏହି ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ରତ୍ନ ଶାସ୍ତ୍ରରେ ଏପରି କିଛି ରତ୍ନ ବା ଜେମଷ୍ଟୋନ୍ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ସାହାଯ୍ୟରେ ଓଭର ଥିଙ୍କିଙ୍ଗକୁ ବହୁ ମାତ୍ରାରେ କମ୍ କରାଯାଇ ପାରିବ ।
ରତ୍ନ ଶାସ୍ତ୍ର ଅନୁଯାୟୀ, ଏପରି ଅନେକ ଚମତ୍କାରୀ ରତ୍ନ ରହିଛି ଯାହା ଓଭର ଥିଙ୍କିଙ୍ଗକୁ କମ୍ କରିପାରିବ । ମୋତି, ବ୍ଲୁ ଲେସ୍ ଅଗେଟ, ଲୈବ୍ରାଡୋରାଡଟ ଏବଂ ଲୋପିଡୋଲାଇଟ ଷ୍ଟୋନ୍ରୁ ପିନ୍ଧି ଓଭର ଥିଙ୍କିଙ୍ଗକୁ ଦୂର କରିହେବ । ଏହା ଛଡ଼ା ଏମୈଥିଷ୍ଟ, ହାଓଲାଇଟ, ମୁନ ଷ୍ଟୋନ୍ ଭଳି ରତ୍ନ ବା ଷ୍ଟୋନ୍ ସାହାଯ୍ୟରେ ଓଭର ଥିଙ୍କିଙ୍ଗରୁ ରକ୍ଷା ମିଳିପାରିବ । ଏହି ଷ୍ଟୋନ୍ଗୁଡ଼ିକୁ ଧାରଣ କରିବା ପୂର୍ବରୁ ନିଜ ରାଶି ଅନୁଯାୟୀ ସଠିକ ଷ୍ଟୋନ୍ ଚୟନ କରିବା ଆବଶ୍ୟକ ।
ମନ୍ତ୍ର ଉଚ୍ଚାରଣରେ ମଧ୍ୟ ଦୂର ହୋଇଥାଏ ଓଭର ଥିଙ୍କିଙ୍ଗ-
ରତ୍ନଶାସ୍ତ୍ର ସହ ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ଓଭର ଥିଙ୍କିଙ୍ଗରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ବର୍ଣ୍ଣନା କରାଯାଇଛି । ଏପରି କିଛି ମନ୍ତ୍ର ରହିଛି ଯାହାର ଉଚ୍ଚାରଣ କରିବା ମାତ୍ରେ ଓଭର ଥିଙ୍କିଙ୍ଗ କମିଥାଏ । ଯଦି ଆପଣଙ୍କ ମନକୁ ନକାରାତ୍ମକ ଚିନ୍ତାଧାରା ଆସୁଛି ତେବେ, ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ । ଏହା ଛଡ଼ା ଘରର ବାସ୍ତୁ ସଠିକ ଥିଲେ ମନରେ ସକାରାତ୍ମକ ଚିନ୍ତାଧାରା ଆସିଥାଏ ।
