ଭୋଟ୍ ଦେଉଛି ଜମ୍ମୁ କଶ୍ମୀର
ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଜମ୍ମୁ ଓ କଶ୍ମୀରରେ ହେଉଛି ବିଧାନସଭା ନିର୍ବାଚନ। କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ମତଦାନ। ସକାଳୁ ସକାଳୁ ବିଭିନ୍ନ ବୁଥରେ ଭୋଟରଙ୍କ ଭିଡ଼ ଲାଗିଲାଣି । ପ୍ରାୟ ୧୦ ବର୍ଷ ପରେ ଏଠାରେ ବିଧାନସଭା ନିର୍ବାଚନ ହେଉଛି।
୯୦ ଆସନ ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ ୭ ଜିଲ୍ଲାର ୨୪ ସିଟରେ ମତଦାନ ନିଆଯାଉଛି। ଏହା ଭିତରେ ରହିଛି କଶ୍ମୀର ଡିଭିଜନ ଅନ୍ତର୍ଗତ ପୁଲୱାମା, ସୋପିଆନ୍, ଅନନ୍ତନାଗ, କୁଲଗାଁଓର ୧୬। ସେହିପରି ଜମ୍ମୁ ଡିଭିଜନର ରାମବନ, କିସ୍ତୱାଡ଼ା ଓ ଡୋଡାର ୮ ବିଧାନସଭା ସିଟ୍।
ମୋଟ୍ ୨୧୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୩ ଲକ୍ଷ ୨୭ ହଜାର ଭୋଟର। ଏଥିପାଇଁ ମୋଟ୍ ୩ହଜାର ୨୭୬ ବୁଥ୍ କରାଯାଇଥିବା ବେଳେ ୧୪ହଜାର ପୋଲିଂ କର୍ମଚାରୀ ନିୟୋଜିତ ଅଛନ୍ତି।
ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୨୫ରେ ଓ ଶେଷ ତଥା ତୃତୀୟ ପର୍ଯ୍ୟାୟ ଭୋଟ୍ ଅକ୍ଟୋବର ୧ରେ ହେବ। ଆସନ୍ତା ଅକ୍ଟୋବର ୮ ତାରିଖରେ ଜଣାପଡିବ କିଏ ମାରିବ ବାଜି। ଧାରା ୩୭୦ର ଉଚ୍ଛେଦ ପରେ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ବିଜେପି ପାଇଁ ଲିଟମସ୍ ଟେଷ୍ଟ। ସେଠାରେ କଂଗ୍ରେସ ଓ ଏନସି ମେଣ୍ଟ ବିଜେପି ବିରୋଧରେ ନିର୍ବାଚନ ଲଢୁଛି।
