ହଠାଥ କମିଗଲା ସୁନା ଦର, ଜାଣନ୍ତୁ କେତେ ଅଛି ମୂଲ୍ୟ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୁନାକୁ ଟାରିଫରୁ ଦୂରରେ ରଖିବାକୁ ଘୋଷଣା କରିବା ପରେ, ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ହଠାତ୍ ୧୪୦୦ ଟଙ୍କାରୁ ଅଧିକ ହ୍ରାସ ପାଇଛି ।
ତେବେ, ସୁନା ଏବେବି ୧ ଲକ୍ଷ ଟଙ୍କା ପାର୍ କରିଛି, କିନ୍ତୁ ଏହା ନିଜର ସର୍ବକାଳୀନ ଉଚ୍ଚ ସ୍ତରରୁ ଯଥେଷ୍ଟ ହ୍ରାସ ପାଇ କାରବାର କରୁଛି ।
ଘରୋଇ ବଜାରରେ ସୁନା ଦରରେ ହୋଇଥିବା ପରିବର୍ତ୍ତନ ଉପରେ ନଜର ପକାଇଲେ, ସୋମବାର ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧,୦୦,୨୦୧ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା, କିନ୍ତୁ ବଜାରରେ କାରବାର ବନ୍ଦ ହେବା ବେଳକୁ ଏହା ୧ ଲକ୍ଷ ଟଙ୍କାରୁ ତଳକୁ ଖସି ୯୯,୯୫୭ ଟଙ୍କାରେ ବନ୍ଦ ହୋଇଥିଲା । ଅର୍ଥାତ୍ ସୁନା ଦରରେ ୨୪୪ ଟଙ୍କାର ହ୍ରାସ ଘଟିଛି ।
ଅନ୍ୟ ଗୁଣବତ୍ତାର ସୁନା ମୂଲ୍ୟ ଉପରେ ନଜର ପକାଇଲେ, ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୭,୫୬୦ ଟଙ୍କା ପ୍ରତି ୧୦ ଗ୍ରାମକୁ ହ୍ରାସ ପାଇଛି । ସେହିପରି ୨୦ କ୍ୟାରେଟ୍ ସୁନାର ମୂଲ୍ୟ ୮୮,୯୬୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି ।
