ଶିକ୍ଷା

ଯୁକ୍ତ ତିନିରେ ପଢୁଥିବା ପିଲାଙ୍କ ପାଇଁ ବଡ଼ ଖବର

0
(0)

ଯୁକ୍ତ ତିନିରେ ପଢୁଥିବା ପିଲାଙ୍କୁ ମିଳିବ ସୁବର୍ଣ୍ଣ ସୁଯୋଗ । ଓଡ଼ିଶାର ଯୁକ୍ତ ତିନି ପିଲାଙ୍କୁ ଇଣ୍ଟନସିପ୍ ଟ୍ରେନିଂ ଦେବ NSE । ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ଓ NSE ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ବିଶେଷକରି ବାଣିଜ୍ୟ ବିଭାଗର ପିଲାମାନେ ଲେବେଲ ୱାନ ଓ ଲେବେଲ ଟୁ ସରିବା ପରେ ଏ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇବେ । ପୂର୍ବରୁ ୫୮ଟି କଲେଜର ୩୯୪ ଜଣ ପିଲା ଏହାଦ୍ବାରା ଉପକୃତ ହୋଇଥିଲେ । ୨ଶହରୁ ଅଧିକ ପିଲାଙ୍କୁ ଅଫର ଲେଟର ମିଳିପାରିଛି । ଏହି ଟ୍ରେନିଂ ଦ୍ବାରା ଛାତ୍ରଛାତ୍ରୀମାନଙ୍କର ପାଠପଢା ସହ ସ୍କିଲ ଡେଭଲପମେଣ୍ଟ ମଧ୍ୟ ହୋଇପାରିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ମ୍ୟୁଚୁଆଲ ଫଣ୍ଡ ଆଡଭାଇଜର, ଫାଇନାନସିଆଲ ଆଡଭାଇଜର, ପଲିସି ବ୍ରୋକର, ଷ୍ଟକ ବ୍ରୋକର ଭଳି ଭଳିକି ଭଳି ଚାକିରି । ଏଭଳି ନୂଆ ନୂଆ କୋର୍ସ ଆସିଛି । ଏହି କୋର୍ସ କଲେ ଯୁବବର୍ଗଙ୍କୁ ମିଳିବ ଏପରି ମନଲୋଭା ଚାକିରି। ଏ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ। ଶିକ୍ଷାମନ୍ତ୍ରୀ ଆହୁରି କହିଛନ୍ତି ଯେ, ପ୍ରତି ମହାବିଦ୍ୟାଳୟର ୪୦ ଜଣ ଛାତ୍ର ଛାତ୍ରୀ ଆଗ୍ରହୀ ହେଲେ ଏନ୍ ରୋଲ୍ କରାଯିବ। କୋର୍ସ ସମ୍ପୂର୍ଣ୍ଣ ମାଗଣା ରହିବ। ଲେବୁଲ ୧ ଓ ଲେବୁଲ୍ ୨ ଦୁଇଟି ଭାଗରେ ପିଲାଙ୍କୁ ନେଇ ଶିକ୍ଷା ଦିଆଯିବ। ବାଣିଜ୍ୟ ପିଲାଙ୍କ ସହ କଳା ଓ ବିଜ୍ଞାନ ବିଭାଗର ଶେଷ ବର୍ଷ ଛାତ୍ର ଛାତ୍ରୀ ମାନେ ଏହି କୋର୍ସ ପାଇଁ ଏନ୍ ରୋଲ୍ କରିପାରିବେ। ପୂର୍ବରୁ ଉଚ୍ଚଶିକ୍ଷାରେ ପାସ କରୁଥିବା ମାତ୍ର ୨୨% ପିଲା ଯୁକ୍ତ ତିନି ପଢିବାକୁ ଆଗ୍ରହ ପ୍ରକାଶ କରୁଥିଲେ । ଏବେ ଏଥିପ୍ରତି ମଧ୍ୟ ପିଲାଙ୍କ ମନୋବଳ ବଢିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE