ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା
ସେହିପରି ଗତ ଅଗଷ୍ଟ ୧୫ ରେ ଋତୁସ୍ରାବ ପାଇଁ ରାଜ୍ୟର ସମସ୍ତ କର୍ମଜୀବୀ ମହିଳାଙ୍କୁ ଦିନେ ଛୁଟି ମିଳିବ ବୋଲି ଘୋଷଣା କରିଥିଲେ ବିଜେପି ସରକାର । ସ୍ୱାଧୀନତା ଦିବସ ଅବସରରେ ଏ ବଡ଼ ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଏବେ ମହିଳାଙ୍କୁ ସମ୍ମାନ ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ । ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ସହ ସର୍ବସାଧାରଣ ସ୍ଥାନରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ ।
ଏ ନେଇ ସବୁ ଜିଲ୍ଲାପାଳ ଓ ବିଭାଗକୁ ଚିଠି ଲେଖିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ସବୁ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଓ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କରାଇବା ଲାଗି ଏକ ଆରାମଦାୟକ, ଏକାନ୍ତ ଏବଂ ସ୍ୱଚ୍ଛ ସ୍ଥାନ ପ୍ରତିଷ୍ଠା କରାଯିବା ଲାଗି ଚିଠିରେ ଅନୁରୋଧ କରାଯାଇଛି । ଏହା ଦ୍ୱାରା ମାଆ ମାନଙ୍କୁ ସମର୍ଥନ ସହ ସେମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଧାନ୍ୟ ମିଳିବ ।