ଉତ୍ସବ ଚାଲିଥିବାବେଳେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼
ଉତ୍ସବ ଚାଲିଥିବାବେଳେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ । ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏଥିରେ ନାବାଳକ ଓ ଶିଶୁ ଥିବା ଜଣାପଡିଛି । ସୂଚନା ଅନୁସାରେ ମେକ୍ସିକୋ ହିଂସା ପ୍ରବଣ ଅଞ୍ଚଳ ଗୁଆନଜୁଆଟୋରେ ଗତକାଲି ଏକ ଉତ୍ସବ ଚାଲିଥିଲା । ଏକାଧିକ ଲୋକ ଉତ୍ସବରେ ସାମିଲ ହୋଇଥିଲେ ।
ହଠାତ୍ କିଛି ବନ୍ଧୁକଧାରୀ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ବି ଦେଖିବାକୁ ମିଳୁଛି । କିଭଳି ନାଚ ଗୀତରେ ମସଗୁଲ ଥିବାବେଲେ ଦୁର୍ବୃତ୍ତ ଗୁଳିବର୍ଷା କରିଥିଲା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ।
ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଲେ ୨୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ଗାଙ୍ଗୱାରକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି । ଘଟଣାକୁ ନିନ୍ଦା କରିବା ସହ ଏହାର ଶୀଘ୍ର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି ମେକ୍ସିକୋ ରାଷ୍ଟ୍ରପତି କ୍ଲାଓଡ଼ିଆ ଶିନବାମ ।
