କ୍ରୀଡା

IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା

0
(0)

ସରିଯାଇଛି ଆଇସିସି ଚାମ୍ପଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ । ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଫଟାଫଟା କ୍ରିକେଟ ଇଣ୍ଡିଆନ ପ୍ରିମିୟର ଲିଗ୍ । ଏହାପୂର୍ବରୁ ବଡ ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ସ୍ବାସ୍ଥ୍ୟକୁ ଧ୍ୟାନ ଦେଇ ଆଇପିଏଲରେ ତମାଖୁ ବିଜ୍ଞାପନ ବ୍ୟାନ କରିବାକୁ ନିର୍ଦ୍ଦେଶ ହୋଇଛି । ଆଇପିଏଲରେ ତମାଖୁ, ଆଲକହଲ ପରି ବିଜ୍ଞାପନ ପ୍ରସାରଣ ନ କରିବାକୁ ସ୍ବାସ୍ଥ୍ୟମନ୍ତ୍ରଣାଳୟ ଆଇପିଏଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ତମାଖୁ ବିଜ୍ଞାପନ ଉପରେ ରୋକ୍ ଲାଗିଛି ।

ଆଇପିଏଲ ଅଧ୍ୟକ୍ଷ ଅରୁଣ ସିଂହ ଧୁମଲଙ୍କୁ ଚିଠି ଲେଖି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମହାନିର୍ଦ୍ଦେଶକ ଅତୁଲ ଗୋଏଲ କହିଛନ୍ତି କି, ଆଇପିଏଲ ପ୍ରସାରଣ ସମୟରେ ଯେପରି ତମାଖୁ ବିଜ୍ଞାପନ ପ୍ରସାରିତ ନ ହୁଏ । ସିଟାରେଟ ସହିତ ତମାଖୁ ବିଜ୍ଞାପନ ଉପରେ ବ୍ୟାନ ଲଗାଯାଉ । ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଇ ଏହି ନିଷ୍ପତ୍ତି ନିଆଯାଇଛି । ଏହି ପଦକ୍ଷେପ ଯୁବଗୋଷ୍ଠୀ ଏବଂ କ୍ରିକେଟ ପ୍ରେମୀଙ୍କ ସ୍ବାସ୍ଥ୍ୟକୁ ଅଧିକ ଧ୍ୟାନ ଦେଇ ନିଆଯାଇଛି । ହାନିକାରକ ଉତ୍ପାଦର ପ୍ରଚାର ପ୍ରସାର ଯେତେ କମ୍ ହେବ ତାକୁ ଗୁରୁତ୍ବ ଦିଆଯାଇଛି । ତମାଖୁ ସେବନ ହୃଦରୋଗ, କ୍ୟାନ୍ସର, ମଦୁମେହ ପରି ସ୍ବାସ୍ଥ୍ୟଜନିତ ସମସ୍ୟାର କାରଣ ହୋଇଥାଏ । ୭୦ପ୍ରତିଶତ ମୃତ୍ୟୁର କାରଣ ସାଜିଥାଏ । ତମାଖୁ ସେବନ ଯୋଗୁଁ ପ୍ରତିବର୍ଷ ପାଖାପାଖି ୧୪ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି । ଏହି ଲିଷ୍ଟରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଏହି ଚିଠି ମାର୍ଚ୍ଚ ୫ ତାରିଖରେ ଲେଖାଯାଇଥିଲା ।

କହି ରଖୁଛୁ କି, ଆସନ୍ତା ୨୨ ତାରିଖରୁ ଆଇପିଏଲ ଆରମ୍ଭ ହେବ । ୧୦ ଟିମ୍ ମଧ୍ୟରେ ହେବ ଟକ୍କର । ମୋଟ ୭୦ଟି ଲିଗ୍ ମ୍ୟାଚ ଖେଳାଯିବ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ମେ ୨୫ ତାରିଖରେ ଫାଇନାଲ ଫାଇଟ୍ ହେବ । ୨୦୨୪ରେ ହାଇଦ୍ରାବାଦକୁ କୋଲକତା ଚାମ୍ପିଆନ୍ ହୋଇଥିଲା ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE