ଆସନ୍ତା ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା
ଜଳୁଛି ଓଡିଶା , ଅସ୍ତବ୍ୟସ୍ତ ଜନଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ । ଆସନ୍ତା ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଏପ୍ରିଲ ୧୮ ତାରିଖଠୁ ୨୦ ଯାଏଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ।
ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଏହି ସମୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧିପାଇବ । ଆସନ୍ତା ୨୦ତାରିଖ ଯାଏଁ କିଛି ସ୍ଥାନରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ମଧ୍ୟ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା କାଲିଠୁ ୩ ଦିନ ଯାଏଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।
Related posts:
ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୩ତମ ବାର୍ଷିକ ଉତ୍ସବ ପାଳିତOctober 2, 2024
ବଦଳିବ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗOctober 2, 2024
ରାଜଧାନୀରେ ଚାଞ୍ଚଲ୍ୟ, ଛୁରୀ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ !October 2, 2024
ଶ୍ରୀମନ୍ଦିର ରୋଷେଇରେ ଲୁହା କଡ଼େଇ ବ୍ୟବହାରପ୍ରସଙ୍ଗ: ପାଳିଆ ସେବକ ନିଳମ୍ବିତOctober 1, 2024
କେନ୍ଦ୍ରାପଡାର ଫୁଡ୍ ସେଫ୍ଟି ଅଫିସର ବିଭାଶ ମଜୁମଦାରଙ୍କୁ ଧରିଲା ଭିଜିଲାନ୍ସOctober 1, 2024
ନବୀନଙ୍କ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ରାଜ୍ୟ ବିଜେପିOctober 1, 2024