ପୁଣି କଲବଲ କରିବ ତାତି
ଦୁଇଦିନିଆ କୋହଲା ପାଗପରେ ଆସନ୍ତାକାଲିଠୁ ପାଗରେ ଆସିବ ପରିବର୍ତ୍ତନ । ଏଥିସହ ତାପମାତ୍ରା ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦିନ ତାପମାତ୍ରା ୪-୫ ଡିଗ୍ରୀ ବୃଦ୍ଧି ପାଇବ । ଉପକୂଳ ପାର୍ଶ୍ବବର୍ତ୍ତୀ କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ । ଆଜି ପାଇଁ ୬ ଜିଲ୍ଲାକୁ ବିଜୁଳି-ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର ଓ ଗଜପତି ।
ଆସନ୍ତାକାଲିଠୁ ପାଗରେ ଆସିବ ପରିବର୍ତ୍ତନ । ଏଥିସହ ତାପମାତ୍ରା ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦିନ ତାପମାତ୍ରା ୪-୫ ଡିଗ୍ରୀ ବୃଦ୍ଧି ପାଇବ । ସେହିଭଳି ରାତି ତାପମାତ୍ରାର ମଧ୍ୟ ବୃଦ୍ଧି ଘଟିବ । କିଛି ଦିନର ଆଶ୍ବସ୍ତି ପରେ ପୁଣି କଲବଲ କରିବ ଗ୍ରୀଷ୍ମର କୋପ ।