କେତେ ଧନୀ ନୀତୀଶ କୁମାର?
ରେକର୍ଡ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦୀର୍ଘ ବର୍ଷ ଧରି ବିହାରର ମୁଖ୍ୟମନ୍ତ୍ରୀ ରହିଥିଲେ ବି, ନୀତୀଶଙ୍କ ମୋଟ ସମ୍ପତ୍ତି ହେଲା ମାତ୍ର ୧ କୋଟି ୬୪ ଲକ୍ଷ ଟଙ୍କା । ମିଳିଥିବା ରିପୋର୍ଟ ଅନୁସାରେ ତାଙ୍କର ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିକୁ ମିଶାଇଲେ ଏହା ୨ କୋଟିରୁ କମ୍ ହେବ ।
ବର୍ତ୍ତମାନ ସମୟରେ ନୀତୀଶଙ୍କ ପାଖରେ ୨୧ ହଜାର ୫୨ ଟଙ୍କା ନଗଦ ଟଙ୍କା ଥିବାବେଳେ, ବ୍ୟାଙ୍କରେ ୬୦ ହଜାର ଟଙ୍କା ରହିଛି । ଏହାସହିତ ତାଙ୍କ ପାଖରେ ପାଖାପାଖି ଦେଢ଼ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବା ସୂଚନା ରହିଛି ।
ସେହିପରି ବିହାରରେ ତାରାପୁର ସିଟରୁ ଜିତି ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ସମ୍ରାଟ ଚୌଧୀରଙ୍କ ସମ୍ପତ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ବିହାରର ଏହି ଡେପୁଟି ସିଏମଙ୍କ ସମ୍ପତ୍ତି, ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିଠାରୁ ଢେର୍ ଗୁଣ ଅଧିକ ।
ମିଳିଥିବା ରିପୋର୍ଟ ଅନୁସାରେ, ସମ୍ରାଟ ଚୌଧୁରୀଙ୍କ ମୋଟ ସମ୍ପତ୍ତିର ଦାମ ୧୧ କୋଟି ୩୪ ଲକ୍ଷ । ତାଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨ ଲକ୍ଷ ଟଙ୍କା ନଗଦ ଟଙ୍କା ଥିବାବେଳେ, ପାଖାପାଖି ୨୭ ଲକ୍ଷ ଟଙ୍କା ବ୍ୟାଙ୍କ୍ ଡିପୋଜିଟ୍ ରହିଛି । ଏହାସହିତ ସମ୍ରାଟ ଚୌଧୁରୀଙ୍କ ପାଖରେ ୪୦ ଲକ୍ଷ ଟଙ୍କାର ସୁନା, ୩୨ ଲକ୍ଷ ଟଙ୍କାର ସେୟାର ବଣ୍ଡ, ୧୦ ଲକ୍ଷ ଟଙ୍କାର ଲାଇଫ୍ ଇନ୍ୟୁରାନ୍ସ ରହିଛି ।
