ରାଜ୍ୟ

ବଙ୍ଗ ରୁ ଆସିବ ବିପୁଳ ପରିମାଣର ନିବେଶ

0
(0)

ରାଜ୍ୟ ସରକାରଙ୍କ ପକ୍ଷରୁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ଦୁଇଦିନିଆ ନିବେଶକ ସମ୍ମିଳନୀରୁ ଶନିବାର ବିପୁଳ ପରିମାଣର ନିବେଶ ଓଡ଼ିଶା ଆସିବା ସମ୍ଭାବନା ରହିଛି ବୋଲି ଜଣାଯାଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେକ୍ଟୋରାଲ ରାଉଣ୍ଡଟେବୁଲ ମାଧ୍ୟମରେ ବିଭିନ୍ନ ଶିଳ୍ପୋଦ୍ୟୋଗୀ ଏବଂ ଶିଳ୍ପପତିଙ୍କ ସହିତ ‘ଓ୍ବାନ୍‌ ଟୁ ଓ୍ବାନ୍‌’ ଆଲୋଚନା କରିଛନ୍ତି।

ସେଥିମଧ୍ୟରେ ଆଇଟି କ୍ଷେତ୍ରଠାରୁ ଆରମ୍ଭକରି ଡାଉନ୍‌ଷ୍ଟ୍ରିମ୍‌ ଲୌହ ଇସ୍ପାତ ପର୍ଯ୍ୟନ୍ତ ରହିଛି। ଓଡ଼ିଶାରେ ଅନୁକୂଳ ଶିଳ୍ପ ପରିବେଶ ସାଙ୍ଗକୁ ଲୋକଙ୍କ ସରକାର ରହିଥିବାରୁ ନିବେଶକମାନେ ଏହାକୁ ଖୁବ୍‌ ପସନ୍ଦ ମନେକରୁଛନ୍ତି। ଏହି ଦୃଷ୍ଟିରୁ ଓଡ଼ିଶାକୁ ପଶ୍ଚିମବଙ୍ଗରୁ ଅଧିକ ପୁଞ୍ଜି ନିବେଶ ସାଙ୍ଗକୁ ନିଯୁକ୍ତି ସୁଯୋଗ ଆସିବ ବୋଲି ରହିଛି।

ସୂଚନାଯୋଗ୍ୟ, ନିକଟରେ ହାଇଦ୍ରାବାଦ୍‌ଠାରେ ହୋଇଥିବା ନିବେଶ ସମ୍ମିଳନୀରେ ଓଡ଼ିଶାକୁ ୬୭ ହଜାର କୋଟି ଟଙ୍କାର ନିବେଶ ସୁଯୋଗ ସୃଷ୍ଟି ହୋଇଥିବା ବେଳେ ୫୬ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିଲା। ସେଥିମଧ୍ୟରେ ହସ୍ତତନ୍ତ, ବୟନଶିଳ୍ପ, ଆଇଟି ଓ ଉତ୍ପାଦନ କ୍ଷେତ୍ର ରହିଥିଲା।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE