IASଙ୍କୁ ଟ୍ରେନିଂ ଦେବେ ସୁବ୍ରତ
ନୂଆ ଦାୟିତ୍ବ ପାଇଲେ ସୁବ୍ରତ ବାଗ୍ଚୀ ।ସରକାରୀ ଅନୁଷ୍ଠାନର ଦକ୍ଷତା ବିକାଶ ଉପଦେଷ୍ଟା ହେଲେ ସୁବ୍ରତ ବାଗଚୀ । ବାଗଚୀଙ୍କୁ ଏହି ନିଯୁକ୍ତି ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁବ୍ରତ ବାଗଚୀଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧାସୁଯୋଗ ମିଳିବ । ଆନୁଷ୍ଠାନିକ ଦକ୍ଷତା ବିକାଶ ଦିଗରେ ପରାମର୍ଶ ଦେବେ ସୁବ୍ରତ ବାଗଚୀ । ସେ ରାଜ୍ୟର ପ୍ରଶାସନିକ ସେବା ପ୍ରଶିକ୍ଷଣ ସଂସ୍ଥାଗୁଡ଼ିକର ଭବିଷ୍ୟତ ଲକ୍ଷ୍ୟ ନିର୍ଦ୍ଧାରଣ ଦିଗରେ କାର୍ଯ୍ୟ କରିବେ ଓ ସେସବୁକୁ ବିଶ୍ୱସ୍ତରୀୟ କରିବା ପାଇଁ ସହାୟତା ଦେବେ । ବାଗି ପୂର୍ବରୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ମୁଖ୍ୟ ଭାବରେ ରାଜ୍ୟ ପାଇଁ କାର୍ଯ୍ୟ କରିଥିଲେ।
