ଫେବ୍ରୁଆରି ୧୭ରୁ ଆଇସିଏସଇ ୧୦ମ ବୋର୍ଡ ପରୀକ୍ଷା
ଭାରତୀୟ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପରିଷଦ (ISCE) ପକ୍ଷରୁ କରାଯାଉଥିବା ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ତାରିଖ ପ୍ରକାଶ କରାଯାଇଛି। ପରୀକ୍ଷାଗୁଡ଼ିକ ଫେବ୍ରୁଆରି ୧୭, ୨୦୨୬ ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦, ୨୦୨୬ ପର୍ଯ୍ୟନ୍ତ ଚାଲିବ ।
ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୨ ରୁ ଆରମ୍ଭ ହୋଇ ଏପ୍ରିଲ ୬, ୨୦୨୬ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ତାରିଖ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିବା ଛାତ୍ରଛାତ୍ରୀମାନେ ଏବେ ସେମାନଙ୍କର ସମୟସୂଚୀ ଯାଞ୍ଚ କରିପାରିବେ ଏବଂ ସରକାରୀ ୱେବସାଇଟ୍ cisce.org କୁ ଯାଇ ଏକ PDF ଡାଉନଲୋଡ୍ କରିପାରିବେ। ଏହି ସମୟସାରଣୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଭାବଶାଳୀ ଭାବରେ ସେମାନଙ୍କର ଅଧ୍ୟୟନ ଯୋଜନା କରିବାକୁ ଏବଂ ସେମାନଙ୍କୁ ସଠିକ୍ ଦିଗଦର୍ଶନ ଦେବାକୁ ଅନୁମତି ଦେବ।
ICSE ଶ୍ରେଣୀ ଦଶମ ପରୀକ୍ଷା ଲାଗି ସମୟସାରଣୀ ପ୍ରକାଶ ସହ ପ୍ରତ୍ୟେକ ବିଷୟର ତାରିଖ ଏବଂ ଦିନ ଚୂଡ଼ାନ୍ତ ହୋଇଛି। ଇଂରାଜୀ ଭାଷା (ଇଂରାଜୀ ପେପର ୧) ଫେବୃଆରୀ ୧୭ ତାରିଖ, ୨୦୨୬ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ ଏବଂ ଏହା ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ଇଂରାଜୀରେ ସାହିତ୍ୟ (ଇଂରାଜୀ ପେପର ୨) ଫେବୃଆରୀ ୨୦ ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହେବ, ଯାହା ମଧ୍ୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରହିବ। ସେହିପରି ୧୨ଶ ଶ୍ରେଣୀର ପ୍ରଥମ ଦିନ ଅର୍ଥାତ ୧୨ ଫେବ୍ରୁଆରିରେ ସାଇକୋଲୋଜି, ୧୩ରେ ଇଂରାଜୀ ପେପର ୧ ପରୀକ୍ଷା ହେବ ।
