ଜାତୀୟ

ଆଇଆଇଟି ବାବା ଙ୍କୁ ହୋଟେଲରୁ ଉଠାଇ ନେଲା ପୋଲିସ, ଗଞ୍ଜେଇ ଜବତ

0
(0)

ମହାକୁମ୍ଭ ସମୟରେ ଭାଇରାଲ ହୋଇଥିବା IIT ବାବା ଅଭୟ ସିଂହଙ୍କୁ ଅଟକ ରଖିଲ ପୋଲିସ। ଜୟପୁର ପୋଲିସ ସୋମବାର ଅଭୟଙ୍କୁ ଅଟକ ରଖିଛି। ଅଭୟ ସିଂହ ସୋସିଆଲ ମିଡିଆରେ ଆତ୍ମହତ୍ୟା ଧମକ ଦେଇଥିଲେ। ଶିପ୍ରା ପଥ ଥାନା ଷ୍ଟେସନ ରିଦ୍ଧି ସିଦ୍ଧି ପାର୍କ କ୍ଲାସିକ୍ ହୋଟେଲରେ ପହଞ୍ଚି ଆଇଆଇଟି ବାବାଙ୍କୁ ହେପାଜତକୁ ନେଇଛି।

କେବଳ ସେତିକି ନୁହେଁ, ଆଇଆଇଟି ବାବାଙ୍କଠାରୁ ଗଞ୍ଜେଇ ମଧ୍ୟ ଜବତ କରାଯାଇଛି। ତାଙ୍କ ବିରୁଦ୍ଧରେ NDPS ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଜୟପୁର ପୋଲିସ ଅଭୟ ସିଂହଙ୍କୁ ପଚରାଉଚରା କରିଛି। ଆଇଆଇଟି ବାବା ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ। ଏହାକୁ ଦେଖି ସେ ରହୁଥିବା ହୋଟେଲରେ ଯାଇ ପହଁଞ୍ଚିଥିଲା ପୋଲିସ। ଭିଡିଓରେ ଆତ୍ମହତ୍ୟା କରିବା କଥା କହିଥିଲେ ଅଭୟ। ତାଙ୍କୁ ଏ ବିଷୟରେ ପଚରାଯିବା ପରେ ସେ ଗଞ୍ଜେଇର ଏକ ପ୍ୟାକେଟ ବାହାର କରି ପୋଲିସକୁ ଦେଖାଇଥିଲେ। ସେ କହିଥିଲେ, ‘ମୁଁ ଗଞ୍ଜେଇର ପ୍ରଭାବରେ ଥିଲି।’ ଯଦି ମୁଁ କିଛି କହିଛି, ତେବେ ମୁଁ ଏହା ଜାଣିନାହିଁ। ତାଙ୍କଠାରୁ ପୋଲିସ ୧.୫୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା। ଗଞ୍ଜେଇର ପରିମାଣ କମ୍ ଥିବାରୁ, ତାଙ୍କୁ ଚେତାବନୀ ଦେଇ ଛାଡି ଦିଆଯାଇଛି। ପୋଲିସ ଗଞ୍ଜେଇ ଜବତ କରିଛି ଏବଂ NDPS ଆଇନ ଅନୁଯାୟୀ IIT ବାବାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହା ପୂର୍ବରୁ ଗତ ଫେବୃଆରୀ ୨୮ ତାରିଖରେ ନୋଏଡାରେ ଏକ ଘରୋଇ ଚ୍ୟାନେଲର ଡିବେଟ କାର୍ଯ୍ୟକ୍ରମରେ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭୟ ଅଭିଯୋଗ କରିଥିଲେ। ଏଭଳି ଘଟିବାର କିଛି ଦିନ ପରେ ସୋମବାର ପୋଲିସ ତାଙ୍କୁ ଅଟକ ରଖିଛି।

 

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE