ରାଜ୍ୟ

0
(0)

ରାଜ୍ୟରେ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ପ୍ରଦାନ କରିଛନ୍ତି । ସକାଳ ୭ଟାରୁ ୯ଟା ଯାଏଁ ରାଜ୍ୟରେ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲାରହିବ । ତାତି ବଢିଲେ ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି ସହିତ ପିଲାଙ୍କ ପାଇଁ ଖାଦ୍ୟ ହୋମ୍ ଡେଲିଭରି କରାଯିବ ।

ସେହିଭଳି ଶ୍ରମିକ ମାନଙ୍କ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ସମୟସୀମା ନିର୍ଦ୍ଧାରଣ କରାଯାଇଛି । ଦିନ ୧୧ଟାରୁ ଦିନ ୩ଟା ଯାଏଁ ଶ୍ରମିକ ମାନଙ୍କ ପାଇଁ କାମ ବନ୍ଦ ରହିବ । ଏଥିରେ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ବନ୍ୟା ବାତ୍ୟା ଭଳି ଗ୍ରୀଷ୍ମ ପ୍ରବାହରେ ମଧ୍ୟ ଜିରୋ କାଜୁଆଲଟି ଲକ୍ଷ୍ୟ ରଖାଯାଇଛି । ଛାଇ ପାଇଁ ରାସ୍ତାରେ ବିଭିନ୍ନ ସ୍ଥାନରେ ଛାମୁଡ଼ିଆ କରାଯିବ ଏବଂ ଜଳଛତ୍ର ଖୋଲାଯିବ । ନଳକୂପ ଖନନ ପାଇଁ ଜିଲ୍ଲା ଗୁଡିକୁ ୩୦୦ କୋଟି ଟଙ୍କା ଦିଆଯାଇଛି । ଅଘୋଷିତ ବିଜୁଳି କାଟ୍ ହେବନି । ଦିନ ୧୧ଟାରୁ ୩ଟା ଏବଂ ରାତିରେ ବିଦ୍ୟୁତ୍ କାଟ୍ ହେବନି । କିନ୍ତୁ ଘୋଷିତ ବିଦ୍ୟୁତ୍ କାଟ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗ୍ରୀଷ୍ମ ଋତୁ ଗୋଟିଏ ମାସ ଆଗରୁ ଆବିର୍ଭାବ ହୋଇଛି । ଦୁଇ ଦିନ ପୂର୍ବେ ଭାରତର ସବୁଠୁ ଉତ୍ତପ୍ତ ଜିଲ୍ଲା ହୋଇଥିଲା ବୌଦ୍ଧ । ସମ୍ବଲପୁର ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିରରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଲାଣି । ଉପକୂଳରେ ବି ତାପମାତ୍ରା ବଢ଼ିଲାଣି । ଆର୍ଦ୍ରତା ବଢୁଛି । ଆଗୁଆ ପଦକ୍ଷେପ ସ୍ଵରୂପ ନିର୍ଦ୍ଦେଶାବଳୀ ଜିଲ୍ଲା ଗୁଡିକୁ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସଭାପତିତ୍ବରେ ମଙ୍ଗଳବାର ବୈଠକ ବସିଥିଲା । ଗଣଶିକ୍ଷା, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ, ଜଳସମ୍ପଦ, ମହିଳା ଓ ଶିଶୁ ବିକାଶ, ନଗର ଉନ୍ନୟନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ରାଜସ୍ଵ ବିଭାଗ ନିର୍ଦ୍ଦେଶାବଳୀ ପାଳନ ପାଇଁ କୁହାଯାଇଛି । ଯେଉଁ ଜିଲ୍ଲାରେ ଅଧିକ ତାପମାତ୍ରା ବଢିଲେ ଜିଲ୍ଲାପାଳ ମାନେ ଆବଶ୍ୟକ ମୁତାବକ ପଦକ୍ଷେପ ମାନ ନେବେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE