ଜାତୀୟ

ନାମାଙ୍କନ ଭରିଲେ ‘ଇଣ୍ଡିଆ’ ବ୍ଲକ୍‌ର ଉପରାଷ୍ଟ୍ରପତି ପ୍ରାର୍ଥୀ

0
(0)

ନାମାଙ୍କନ ଭରିଲେ ‘ଇଣ୍ଡିଆ’ ବ୍ଲକ୍‌ର ଉପରାଷ୍ଟ୍ରପତି ପ୍ରାର୍ଥୀ । ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସଂସଦ ଭବନରେ ପହଞ୍ଚି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକା ଅର୍ଜୁନ ଖଗଡେ, ସୋନିଆ ଗାନ୍ଧି, ଶରଦ ପାଓ୍ବାରଙ୍କ ସହ ଅନେକ ‘ଇଣ୍ଡି’ ମେଣ୍ଟ ସଦସ୍ୟଙ୍କ ଉପସ୍ଥିତିରେ ନୋମିନେସନ ଦାଖଲ କରିଛନ୍ତି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀ । ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଭାଇସ୍ ପ୍ରେସିଡେଣ୍ଟ ଇଲେକସନ ଏବଂ ସେହି ଦିନ ହିଁ ଭୋଟ୍ ଗଣତି ହେବ । ଏନେଇ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ବି. ସୁଦର୍ଶନ ରେଡ୍ଡୀ ୪ ସେଟ୍ ପ୍ରାର୍ଥିପତ୍ର ଦଖଲ କରିଛନ୍ତି । ଏଥିରେ ୨୦ଜଣ ପ୍ରସ୍ତାବକ ଏବଂ ୨୦ଜଣ ସମର୍ଥକ ସଦସ୍ୟଙ୍କ ନାଁ ରହିଛି । ଉପରାଷ୍ଟ୍ରପତି ନିର୍ବାଚନ ଭରିବା ପୂର୍ବରୁ ବି. ସୁଦର୍ଶନ ରେଡ୍ଡୀ ପ୍ରଥମେ ସ୍ବାଧୀନତା ସଂଗ୍ରାମୀ ଏବଂ ମହାନ ରାଜନେତା ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ନାମାଙ୍କନ ଦାଖଲ କରିଛନ୍ତି । ସେପଟେ ଏନ୍‌ଡିଏ   ପକ୍ଷରୁ ଉପରାଷ୍ଟ୍ରପତି ପଦ ଲାଗି ପ୍ରାର୍ଥୀ ହୋଇଥିବା ସି.ପି ରାଧାକ୍ରିଷ୍ଣନ୍‌  ବୁଧବାର ନାମାଙ୍କନ ଦାଖଲ କରିଛନ୍ତି ।  ସଂସଦ ଭବନରେ ସେ ନାମାଙ୍କନ ପତ୍ର  ଦାଖଲ କରିବା ସମୟରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ  ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ  ସିଂହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା,   କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ, କିରେନ୍‌  ରିଜିଜୁଙ୍କ ସମେତ ଏନ୍‌ଡିଏର ପ୍ରାୟ  ୧୬୦ ସଦସ୍ୟ ଉପସ୍ଥିତ ରହିଥିଲେ । ନିର୍ବାଚନ ଅଧିକାରୀଙ୍କୁ ନାମାଙ୍କନ ପତ୍ରର ୪ଟି ସେଟ୍‌ ଦିଆଯାଇଥିଲା । ପ୍ରତ୍ୟେକ  ସେଟ୍‌ରେ ୨୦ଜଣ ପ୍ରସ୍ତାବକ ଓ ୨୦ଜଣ ଅନୁମୋଦକଙ୍କର ହସ୍ତାକ୍ଷର ରହିଛି ।  ପ୍ରଥମ ସେଟ୍‌ରେ ମୁଖ୍ୟ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ସ୍ୱାକ୍ଷର କରିଥିଲେ । ଅନ୍ୟ ସେଟ୍‌ଗୁଡି଼କରେ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ  ଏନ୍‌ଡିଏ ନେତାଙ୍କ ସ୍ୱାକ୍ଷର ରହିଛି । ବିରୋଧୀ  ‘ଇଣ୍ଡିଆ’ ମେଣ୍ଟର ପ୍ରାର୍ଥୀ  ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି  ଜଷ୍ଟିସ୍‌ ବି.ସୁଦର୍ଶନ ରେଡ୍ଡୀଙ୍କ ସହ ତାଙ୍କର ମୁକାବିଲା ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉଭୟ ନେତା ଦକ୍ଷିଣ ଭାରତର ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE