ଆଜି ଜାତୀୟ କ୍ରୀଡ଼ା ଦିବସ
ଆଜି ଆମ ଦେଶରେ ‘ଜାତୀୟ କ୍ରୀଡ଼ା ଦିବସ’ ପାଳନ କରାଯାଉଛି। ଉଲ୍ଲେଖଯୋଗ୍ୟ, ଭାରତୀୟ ହକିର କିଂବଦନ୍ତି ପୁରୁଷ ମେଜର ଧ୍ୟାନଚାନ୍ଦ ସିଂହ ୧୯୦୫ ଅଗଷ୍ଟ ୨୯ରେ ଜନ୍ମ ହୋଇଥିଲେ। ଆନ୍ତର୍ଜାତିକ ହକିରେ ସେ ବ୍ୟକ୍ତିଗତ ଭାବେ ୪୦୦ରୁ ଅଧିକ ଗୋଲ୍ ଦେଇଥିଲେ।
ତାଙ୍କ ନେତୃତ୍ବରେ ଭାରତ ଦଳଗତ ଭାବେ ୧୯୨୮, ୧୯୩୨ ଓ ୧୯୩୬ରେ ଲଗାତାର ସ୍ବର୍ଣ୍ଣ ପଦକ ଜିତିଥିଲା। ଏହି ମହାନ୍ ବ୍ୟକ୍ତିତ୍ବଙ୍କୁ ମନେ ରଖିବା ଲାଗି ୨୦୧୨ ମସିହାରୁ ଦେଶବାସୀ ତାଙ୍କର ଜନ୍ମ ତାରିଖକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରି ଆସୁଛନ୍ତି। ଏହି ଦିବସ ପାଳନ ଆମ ଦୈନନ୍ଦିନ ଜୀବନରେ କ୍ରୀଡ଼ା ଏବଂ ବିଭିନ୍ନ ଶାରୀରିକ କାର୍ଯ୍ୟକଳାପର ଗୁରୁତ୍ବପୂର୍ଣ୍ଣ ଭୂମିକା ବାବଦରେ ଆମକୁ ସଚେତନ କରାଉଛି। କ୍ରୀଡ଼ା ଏଭଳି ଏକ ମାଧ୍ୟମ ଯାହା ଦ୍ବାରା ଏକ ସମାବେଶୀ ତଥା ସମର୍ଥ ସମାଜ ଗଠନ ସମ୍ଭବ ହୋଇପାରିବ। ଏହା ଲୋକଙ୍କୁ ସ୍ବାସ୍ଥ୍ୟ ସଚେତନ ହୋଇ ବିଭିନ୍ନ କ୍ରୀଡ଼ାରେ ସାମିଲ ହେବା ଲାଗି ପ୍ରୋତ୍ସାହିତ କରୁଛି।
Related posts:
ସ୍ପେସ ଡକିଂରେ ଇତିହାସ ରଚିବ ଇସ୍ରୋJanuary 12, 2025
ଲସ୍ ଏଞ୍ଜେଲ୍ସରେ ଭୟାବହ ବନାଗ୍ନିJanuary 9, 2025
ଆସିବାକୁ ଯାଉଛି ଡିଜିଟାଲ ପର୍ସୋନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ୨୦୨୫January 4, 2025
ମନମୋହନ ସିଂହଙ୍କ କିଛି ଅଜଣା କଥାDecember 27, 2024
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ସମ୍ମାନDecember 22, 2024
କୁଏତ୍ରେ ଓଡ଼ିଶାର ଗୁଣଗାନ କଲେ ମୋଦିDecember 22, 2024