ଭାରତ ଆଗରେ ୨୬୫ ରନ ଟାର୍ଗେଟ୍
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲ ମ୍ୟାଚ ଜାରି ରହିଛି ।ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବୋଲିଂ କରିଥିଲା ଭାରତୀୟ ଦଳ। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା । ଆଉ ୪୯ ଓଭର ୩ ବଲ ଖେଳି ୨୬୪ ରନ କରିଛି ।
ଫଳରେ ଭାରତ ଆଗରେ ଏବେ ୨୬୫ ରନର ଟାର୍ଗେଟ ରହିଛି । ଭାରତ ପକ୍ଷରୁ ମହମ୍ମଦ ସାମି ଦୁର୍ଦ୍ଦଶ ବୋଲିଂ କରି ୩ ୱିକେଟ ନେଇଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭ ସ୍ମିଥ ୭୩, ଆଲେକ୍ସ କାରେ ୬୧ ଓ ଟ୍ରାଭିସ ହେଡ ୩୯ ରନ କରିଥିଲେ ।
ସେହିପରି ଭାରତ ପକ୍ଷରୁ ମହମ୍ମଦ ସାମି ୩ ୱିକେଟ, ବରୁଣ ଚକ୍ରବର୍ତ୍ତୀ, ରବିନ୍ଦ୍ର ଜାଡେଜା ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ଫଳରେ କଙ୍ଗାରୁ ଦଳ ୪୯ ଓଭର ୩ ବଲ ଖେଳି ୨୬୪ ରନରେ ଅଲଆଉଟ ହୋଇଛି ।