କ୍ରୀଡା

୪ ଓ୍ୱିକେଟରେ ଭାରତ ଜିତିଲା ଚାମ୍ପିୟନ୍ସ ଟ୍ରଫି

0
(0)

ଭାରତ-ନ୍ୟୁଜିଲାଣ୍ଡ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ବାଜି ମାରି ନେଇଛି ଭାରତ । ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟରେ ମାତ ଦେଇ ଭାରତ ୧୨ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫିକୁ ନିଜ ନାଁରେ କରିଛି । ଭାରତ ପକ୍ଷରୁ ରୋହିତ ଶର୍ମାଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଫାଇନାଲ ମ୍ୟାଚରେ ଭାରତକୁ ବିଜୟୀ ଦେବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି ।

ମ୍ୟାଚରେ ଟସ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଓପନିଂ ଯୋଡି ଭଲ ଆରମ୍ଭ କରିଥିଲେ ବି ବଡ ସ୍କୋର କରିପାରିନଥିଲେ । ୫୭ ରନରେ ବରୁଣ ଚକ୍ରବର୍ତ୍ତୀଙ୍କ ପ୍ରଥମ ଶିକାର ହୋଇଥିଲେ ଓ୍ୱିଲ ୟଙ୍ଗ । ଏହାପରେ କିଓ୍ୱି ଦଳର ବଡ ପାର୍ଟନରସିପ ଦେଖିବାକୁ ମିଳିନଥିଲା । ଡାରିଏଲ ମିଚେଲ ୬୩, ମାଇକେଲ ବ୍ରାସଓ୍ୱେଲ ୫୩, ରଚିନ ରବିନ୍ଦ୍ର ୩୭ ଓ ଗ୍ଲେନ ଫିଲିପ୍ସ ୩୪ ରନ କରିଥିଲେ । ଫଳରେ ଦଳ ୫୦ ଓଭରରେ ୭ ଓ୍ୱିକେଟ ହରାଇ ୨୫୧ ରନ କରିବାରେ ସଫଳ ହୋଇଥିଲା ।

୨୫୨ ରନର ବିଜୟ ଲକ୍ଷ୍ୟ ନେଇ ମୈଦନାକୁ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ ଭଲ ପାର୍ଟନରସିପ କରିଥିଲା । ରୋହିତ ଶର୍ମା, ଗିଲଙ୍କ ଯୋଡି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଏହି ମ୍ୟାଚରେ ରୋହିତ ଶର୍ମା ୭୬, ଶ୍ରେୟାସ ଆୟର ୪୮, କେଏଲ ରାହୁଲ ୩୪ ଓ ଶୁଭମନ ଗିଲ ୩୧ ରନ କରିଥିଲେ । ଫଳରେ ଭାରତ ଏହି ମ୍ୟାଚକୁ ଗୋଟିଏ ଓଭର ବାକି ଥାଇ ୪ ଓ୍ବିକେଟରେ ଜିତିନେଇ । ଚାମ୍ପିୟନ୍ସ ଟ୍ରଫି ନିଜ ନାଁରେ କରିଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE