କ୍ରୀଡା

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ ଜିତିଲା ଭାରତ

0
(0)

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ ଜିତିଲା ଭାରତ । ଇଂଲଣ୍ଡ ଏହି ମ୍ୟାଚରେ ୪ ଓ୍ବିକେଟରେ ପରାସ୍ତ ହୋଇଛି । ଭାରତ ପକ୍ଷରୁ ଶୁଭମନ ଗିଲ, ଶ୍ରେୟାସ ଆୟର, ଅକ୍ଷର ପଟେଲ ଦମଦାର ବ୍ୟାଟିଂ କରିଥିଲେ । ସେହିପରି ହର୍ଷିତ ରାଣା ଓ ରବିନ୍ଦ୍ର ଜାଡେଜା ବୋଲିଂରେ କମାଲ କରିଥିଲେ । ଫଳରେ ଭାରତ ପ୍ରଥମ ଦିନିକିଆ ଜିତି ସିରିଜରେ ଆଗୁଆ ରହିଛି ।

ଏହି ମ୍ୟାଚରେ ଟସ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡ ପକ୍ଷରୁ ଓପନିଂ ଭଲ ଆରମ୍ଭ ହୋଇଥିଲେ ବି ଦଳ ବଡ ସ୍କୋର କରିପାରିନଥିଲା । ଦଳ ପକ୍ଷରୁ ଜୋସ ବଟଲର ୫୨, ଜାକୋବ ବେଥେଲ ୫୧, ସଲ୍ଟ ୪୩ ଓ ଡକେଟ ୩୨ ରନ କରିଥିଲେ । ଫଳରେ ଦଳ ୪୭ ଓଭରରେ ୨୪୮ରେ ଅଲଆଉଟ ହୋଇଥିଲା ।

୨୪୯ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଭାରତୀୟ ଦଳ ଏହି ମ୍ୟାଚକୁ ୩୮ ଓଭର ୪ଟି ବଲ ଖେଳି ଜିତି ନେଇଥିଲା । ଦଳ ପକ୍ଷରୁ ଶୁଭମନ ଗିଲ ୮୭, ଶ୍ରେୟାସ ଆୟର ୫୯ ଓ ଅକ୍ଷର ପଟେଲ ୫୨ ରନ କରିଥିଲେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE