ଶୁଭମଙ୍କ ନେତୃତ୍ବରେ ସିରିଜ୍ ଜିତିଲା ଭାରତ
ଶୁଭମନ ଗିଲଙ୍କ ନେତୃତ୍ବରେ ପ୍ରଥମ ଟେଷ୍ଟ ଜିତିଲା ଦଳ । ଘରୋଇ ପରିବେଶରେ ଟେଷ୍ଟ୍ ସିରିଜରେ ଭାରତର କ୍ଲିନ୍ ସୁଇପ୍ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସାତ ୱିକେଟ ବିନିମୟରେ ବିଜୟୀ ହୋଇଛି ଭାରତ । ଚତୁର୍ଥ ଦିନରେ ଦ୍ୱିତୀୟ ଇନିଂସ ଶେଷ ହେବା ପରେ ୧୨୧ ରନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।
କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଶେଷ ଦିନରେ ବିଜୟୀ ହୋଇଛି । ତେବେ, ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଏହା ଭାରତର ପ୍ରଥମ ଟେଷ୍ଟ ସିରିଜ ବିଜୟ । କୁଲଦୀପ ଯାଦବ ଏବଂ ଯଶସ୍ୱୀ ଜୟସ୍ୱାଲ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । କୁଲଦୀପ ମ୍ୟାଚ୍ରେ ମୋଟ ଆଠ ୱିକେଟ୍ ନେଇଥିବା ବେଳେ ୧୭୫ ରନ୍ର ପାଳି ଖେଳିଥିଲେ ଯଶସ୍ବୀ ଜୟସ୍ବାଲ ।
ଅହମ୍ମଦାବାଦରେ ଖେଳାଯାଇଥିବା ସିରିଜ୍ର ପ୍ରଥମ ଟେଷ୍ଟ୍ରେ ଭାରତୀୟ ଦଳ ଏକ ଇନିଂସ୍ ଏବଂ ୧୪୦ ରନ୍ରେ ଏକ ବଡ଼ ବିଜୟ ହାସଲ କରିଥିଲା । ଏହା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର କ୍ରମାଗତ ଦଶମ ଟେଷ୍ଟ ସିରିଜ ବିଜୟ
