ଲଣ୍ଡନରେ ଥାଇ ମଧ୍ୟ ଭାରତୀୟଙ୍କୁ ହତ୍ୟା ଧମକ
ପ୍ରତିଶୋଧ ନିଆଁରେ ଜଳୁଛନ୍ତି ଦେଶବାସୀ । ଏହି ଆକ୍ରମଣକୁ ନେଇ ବିଦେଶରେ ବି ବିରୋଧ ପ୍ରଦର୍ଶନ ହୋଇଛି । ସାରା ବିଶ୍ୱରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପାକିସ୍ତାନ ବିରୋଧରେ ଆକ୍ରୋଶ ଦେଖିବାକୁ ମିଳିଛି ।
ଆତଙ୍କବାଦ ବିରୋଧରେ ଲଣ୍ଡନରେ ବିଶାଳ ରାଲି । ଲଣ୍ଡନରେ ରହୁଥିବା ପ୍ରବାସୀ ଭାରତୀୟ ମାନେ ଲଣ୍ଡନ ସ୍ଥିତ ପାକିସ୍ତାନ ହାଇ କମିଶନଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲଣ୍ଡନରେ ଥିବା ପାକିସ୍ତାନୀ ଦୂତାବାସର ଅଧିକାରୀ ନିର୍ଲଜ୍ଜତାର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଲଣ୍ଡନରେ ଥାଇ ମଧ୍ୟ ଭାରତୀୟଙ୍କୁ ହତ୍ୟା ଧମକ ଦେଇଛନ୍ତି ।
ଆକ୍ରମଣକୁ ନିନ୍ଦା କରିବା ସହ ଆତଙ୍କବାଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ହାତରେ ଭାରତୀୟ ପତାକା, ବ୍ୟାନର ଓ ପ୍ଲାକାର୍ଡ ଧରି ନିରୀହ ଭାରତୀୟଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ପୀଡ଼ିତାଙ୍କ ନ୍ୟାୟ ଦାବି କରିଛନ୍ତି ପ୍ରବାସୀ ଭାରତୀୟ ।
