ଶିକ୍ଷା

ପାକିସ୍ତାନକୁ ପୁଣି ପରାସ୍ତ କଲା ଭାରତ; ୬ ଓ୍ବିକେଟ୍‌ରେ ଜିତିଲା ଟିମ୍‌ ଇଣ୍ଡିଆ

0
(0)

ପାକିସ୍ତାନକୁ ପୁଣି ଧୋଇଲା ଭାରତ । ଏସିଆ କପ୍‌ ୨୦୨୫ର ସୁପର ଫୋର ମୁକାବିଲାରେ ପାକିସ୍ତାନର ଶୋଚନୀୟ ପରାଜୟ । ଭାରତୀୟ ଟିମ୍‌ ପାକିସ୍ତାନକୁ ପରାସ୍ତ କରିଛି । ଓପନର ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସୂର୍ଯ୍ୟ ସେନା ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୬ ଓ୍ଵିକେଟରେ ପରାସ୍ତ କରିଛି । ଦମଦାର ବିଜୟ ସହ ଫାଇନାଲ୍ ଆଡ଼କୁ ପାଦେ ଆଗେଇଛି ଭାରତ। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଶାହିନଜାଦ ଫରହାନଙ୍କ ୫୮ ରନ ବଳରେ ୫ ଓ୍ଵିକେଟ୍ ହରାଇ ୧୭୧ ରନ କରିଥିଲା । ଜବାବରେ ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ୭୪ ରନ ଓ ଗିଲଙ୍କ ୪୭ ରନ ବଳରେ ମ୍ୟାଚ୍କୁ ୧୮.୫ ଓଭରରେ ୪ ଓ୍ଵିକେଟ୍ ହରାଇ ଜିତି ନେଇଛି ।

ତିଳକ ବର୍ମା ଚୌକା ମାରି ମ୍ୟାଚ୍‌ ଶେଷ କରିଛନ୍ତି । ଏହା ସହ ସେ ୩୦ ରନର ମହତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି । ଚଳିତ ଏସିଆ କପରେ ଭାରତଠୁ ପାକିସ୍ତାନର ଏହା ଦ୍ଵିତୀୟ ପରାଜୟ। ୧୭୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଦୁଇ ଓପନର ଅଭିଷେକ ଶର୍ମା ଓ ଶୁଭମନ ଗିଲ୍ ଆରମ୍ଭରୁ ଦମଦାର ବ୍ୟାଟିଂ କରିଥିଲେ। ପାକ୍ ବୋଲରଙ୍କୁ କୌଣସି ସୁଯୋଗ ନଦେଇ ରନ୍‌ ବର୍ଷା କରିଥିଲେ ଅଭିଷେକ ଓ ଶୁଭମନ। ଓପନିଂରେ ଶତକୀୟ ଭାଗିଦାରୀ ଯୋଡ଼ି ଭାରତର ବିଜୟ ସହଜ କରିଥିଲେ।

ପରେ ଭାରତ ଶୀଘ୍ର ଦୁଇଟି ଓ୍ଵିକେଟ୍ ହରାଇବାରୁ ଭାରତର ରନ ଗତି ଧିମେଇ ଯାଇଥିଲା। ଗିଲ୍ ୨୮ ବଲରୁ ୮ ଚୌକା ସହ ୪୭ ରନ କରିଥିଲେ। ବଡ଼ ସଟ୍ ଖେଳିବାକୁ ଉଦ୍ୟମ କରି ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୦)ରେ ଆଉଟ୍ ହୋଇଥିଲେ। ଅନ୍ୟପଟେ ଅଭିଷେକ ଶର୍ମା ବ୍ୟାଟିଂ ଜାରି ରଖିଥିଲେ। ଅଭିଷେକ ଶର୍ମା ୩୯ ବଲ୍ରୁ ୬ ଚୌକା ଓ ୫ ଛକା ସହ ୭୪ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଏହା ପରେ ଭାରତର ରନ ଗତି ଧିମେଇ ଯାଇଥିଲା। ସଞ୍ଜୁ ସାମସନ ୧୭ ବଲରୁ ମାତ୍ର ୧୩ ରନ କରିଥିଲେ । ଶେଷ ଆଡ଼କୁ ମ୍ୟାଚ୍ ରୋମାଞ୍ଚକର ହୋଇଥିଲା। ତିଳକ ବର୍ମା ଲଗାତାର ଛକା ଓ ଚୌକା ମାରି ଭାରତକୁ ୧୮.୫ ଓଭରରେ ଜିତାଇଥିଲେ । ସେପଟେ ହାର୍ଦ୍ଦିକ ପାଣ୍ଡ୍ୟା ୭ ବଲ୍‌ରେ ୭ ରନ୍‌ କରି ଅପରାଜିତ ଥିଲେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE