ଗମ୍ଭୀରଙ୍କ ସହିତ ନ ରହି ଅଲଗା ହୋଟେଲରେ ରହିଲେ ପିଏ
BCCI ଅଷ୍ଟ୍ରେଲିଆ ସିରିଜ ପରେ ୧୦ କଡ଼ା ନିୟମ କରିଛି । ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତ ଦୁବାଇ ଗସ୍ତ କରିବାକୁ ଥିବା ବେଳେ ସେଠାରେ ମଧ୍ୟ ଏହି ନିୟମର ଅନୁପାଳନ କରାଯିବ । ବିସିସିଆଇ ଏହି ନିୟମ କଡ଼ାକଡ଼ି ପାଳନ କରିବାକୁ ପ୍ରସ୍ତୁତ ରହିଛି । ଗୌତମ ଗମ୍ଭୀରଙ୍କ ପିଏ ଗମ୍ଭୀରଙ୍କ ସହ ରହିଥିବାରୁ ବିସିସିଆଇ ଅଧିକାରୀଙ୍କ କ୍ରୋଧର ସମ୍ମୁଖୀନ ହୋଇଥିଲେ ହେଡକୋଚ୍ । ଏବେ ତାଙ୍କୁ ଆଗାମୀ ଗସ୍ତ ବେଳେ ସହ ସମାନ ହୋଟେଲରେ ନ ରହିବାକୁ କୁହାଯାଇଛି ।
ତେବେ ଏହି ରିପୋର୍ଟ ଗମ୍ଭୀରଙ୍କ ନାମ କୁହାଯାଇନାହିଁ । ହେଲେ ଭାରତୀୟ କୋଚିଂ ଷ୍ଟାଫଙ୍କ ପାଖରେ ହେଡକୋଚଙ୍କ ଛଡା ଅନ୍ୟ କୌଣସି ସଦସ୍ୟଙ୍କ ପାଖରେ ପିଏ ନାହାନ୍ତି । ଇଂଲଣ୍ଡ ସିରିଜ ସମୟରେ ଗମ୍ଭୀରଙ୍କ ପିଏକୁ ମ୍ୟାଚ ଭେନ୍ୟୁରେ ଦେଖିବାକୁ ମିଳିଥିଲା । କିନ୍ତୁ ସେ ଖେଳାଳି ଏବଂ ଅଫିସିଆଲ ମିଟିଂ ଠାରୁ ଦୂରେଇ ରହିଥିଲେ । ଏହି ସମୟରେ ଅଲଗା ହୋଟେଲରେ ମଧ୍ୟ ରହିଥିଲେ ।
ସୂଚନାଯୋଗ୍ୟ, ବିସିସିଆଇ ସମସ୍ତ ଖେଳାଳି ଏହି ଗାଇଡଲାଇନକୁ ପାଳନ କରିବାକୁ ବାଧ୍ୟ । ଯଦି କୌଣସି ଖେଳାଳି ଏହାକୁ ପାଳନ ନ କରନ୍ତି, ତେବେ ସିଲେକ୍ସନ କମିଟିର ଚେୟାରମ୍ୟାନ ଏବଂ ହେଡକୋଚଙ୍କ ଠାରୁ ଏହାର ଅନୁମତି ନେବାକୁ ପଡିବ । ଏହାଛଡା କୌଣସି ଖେଳାଳି ଏସବୁ ନିୟମ ଅବମାନନା କରୁଥିବା ବେଳେ ଧରାପଡେ, ତେବେ ତାଙ୍କ ଉପରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ ।
କୌଣସି ଖେଳାଳି ଏହି ନିୟମ ଠିକ୍ ଢଙ୍ଗରେ ପାଳନ ନ କଲେ, ବୋର୍ଡ ତାଙ୍କୁ ଟୁର୍ଣ୍ଣାମେଣ୍ଟ, ସିରିଜ କିମ୍ବା ଆଇପିଏଲରେ ଖେଳିବାକୁ ସୁଯୋଗ ଦେବନାହିଁ । ଏହାଛଡା ଖେଳାଳିଙ୍କ ଦରମା ଏବଂ ତାଙ୍କ କଣ୍ଟ୍ରାକ୍ଟ ମଧ୍ୟ ଶେଷ ହୋଇପାରେ ।