କ୍ରୀଡା

ଆଜିଠୁ ଆରମ୍ଭ ହେବ ଆଇପିଏଲ୍ ମହାସମର

0
(0)

ଆଜି ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଐତିହାସିକ ଇଡେନ ଗାର୍ଡେନରେ ଖେଳାଯିବ ଉଦ୍‌ଘାଟନୀ ମୁକାବିଲା । ଆଜି କୋଲକାତା ଇଡେନ୍ ଗାର୍ଡେନରେ ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ଆୟୋଜିତ ହେବ । ବଲିଉଡ ସେଲିବ୍ରିଟିଙ୍କ ନାଚ ଓ ଗୀତରେ କମ୍ପିବ ମଇଦାନ । ଅଭିନେତ୍ରୀ ଶ୍ରଦ୍ଧା କପୁର, ଦିଶା ପଟାନୀ ଓ ଅଭିନେତା ବରୁଣ ଧୱନଙ୍କ ଡ୍ୟାନ୍ସରେ ମତୁଆଲା ହେବେ ଦର୍ଶକ । ସେହିପରି ପ୍ଲେ ବ୍ୟାକ ସିଙ୍ଗର ଶ୍ରେୟା ଘୋଷାଲ, ଅରିଜିତ ସିଂ, ପପ ଗାୟକ କରଣ ଆହୁଜାଙ୍କ ଗୀତରେ ଝୁମିବେ ।

ମେ’ ୨୫ ତାରିଖ ଯାଏ ଚାଲିବ ଆଇପିଏଲ୍ ଲଢ଼େଇ । ୬୫ ଦିନ ଧରି ୧୩ଟି ଭେନ୍ୟୁରେ ଖେଳାଯିବ ମୋଟ୍ ୭୪ଟି ମ୍ୟାଚ୍ । ୧୦ଟି ଟିମକୁ ୫ଟି ଲେଖାଏଁ ଗ୍ରୁପରେ ଭାଗ କରାଯାଇଛି । ମେ’ ୧୮ ତାରିଖରେ ଶେଷ ହେବ ଗ୍ରୁପ ମ୍ୟାଚ୍ । ଏଥର ୧୨ଟି ଡବଲ ହେଡର ମ୍ୟାଚ୍ ଖେଳାଯିବ । ଅର୍ଥାତ ଗୋଟିଏ ଦିନରେ ଖେଳାଯିବ ୨ଟି ମ୍ୟାଚ୍ । ନୀଳ ଜର୍ସି ପିନ୍ଧି ଟିମ୍ ଇଣ୍ଡିଆକୁ ସମର୍ଥନ କରୁଥିବା କ୍ରିକେଟ ପ୍ରେମୀ ଏବେ ଆସନ୍ତା ୨ ମାସ ଯାଏ ନିଜ ନିଜର ପସନ୍ଦର ଆଇପିଏଲ୍ ଟିମ୍‌କୁ ନେଇ ଲଢେଇ ହେବ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE