ରାଜ୍ୟ

କଟକ-ଭୁବନେଶ୍ୱରର ନୂଆ କମିଶନର ଭାବେ ଦାୟିତ୍ୱ ନେଲେ ସୁରେଶ ଦେବଦତ୍ତ ସିଂହ

0
(0)

ସଞ୍ଜୀବ ପଣ୍ଡାଙ୍କ ସ୍ଥାନ ନେଲେ ସୁରେଶ ଦେବଦତ୍ତ ସିଂହ । ଦାୟିତ୍ୱ ନେଲେ ନୂଆ ପୋଲିସ କମିଶନର । କଟକ-ଭୁବନେଶ୍ୱରର ୧୦ମ ପୋଲିସ କମିଶନର ଭାବେ ଯୋଗ ଦେଲେ ବରିଷ୍ଠ ଆଇପିଏସ୍ ସୁରେଶ ଦେବଦତ୍ତ ସିଂହ ।

ଖବର ଅନୁଯାୟୀ, ରବିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍‌ ସ୍ତରରେ ଅଦଳବଦଳ ହୋଇଥିଲା । ଯେଉଁଥିରେ କଟକ-ଭୁବନେଶ୍ୱରର କମିଶନର ଥିବା ସଞ୍ଜୀବ ପଣ୍ଡାଙ୍କ ବଦଳି କରାଯାଇଥିଲା । ତାଙ୍କ ବଦଳରେ ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ୍‌ ସୁରେଶ ଦେବଦତ୍ତ ସିଂହଙ୍କୁ ଦାୟିତ୍ୱ ଦିଆଯାଇଥିଲା । ରବିବାର ବଦଳି ହେବା ପରେ ସୋମବାର ଦିନ ଅପରାହ୍ନ ସମୟରେ ଟ୍ୱିନ୍‌ ସିଟିର ନୂତନ କମିଶନର ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ଆଇପିଏସ୍‌ ସୁରେଶ ଦେବଦତ୍ତ ସିଂହ । ପୋଲିସ କମିଶନରଙ୍କ ମୁଖ୍ୟାଳୟରେ ଗାର୍ଡ ଅଫ ଅର୍ନର ଦିଆଯାଇଥିଲା । ଏହାପରେ ତାଙ୍କୁ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ଆଇପିଏସ୍‌ ସଞ୍ଜୀବ ପଣ୍ଡା ଦାୟିତ୍ୱ ହସ୍ତାନ୍ତର କରିଥିଲେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply