ଜାତୀୟ

ଖୋଲିଲା ବନ୍ଦ ହୋଇଥିବା ୩୨ ବିମାନବନ୍ଦର

0
(0)

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁଁ ବନ୍ଦ ହୋଇଥିବା ଦେଶର ୩୨ଟି ବିମାନବନ୍ଦରକୁ ପୁଣି ଥରେ ବେସାମରିକ ବିମାନ ଉଡ଼ାଣ ପାଇଁ ଖୋଲାଯାଇଛି। ସୋମବାର ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ(ଏଏଆଇ) ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି। ଏଏଆଇ ଏହି ବିମାନ ବନ୍ଦରଗୁଡ଼ିକରେ ତତ୍କାଳ ପ୍ରଭାବ ସହିତ ବିମାନ ଚଳାଚଳ ସ୍ଵାଭାବିକ କରିବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛି।

ସୂଚନାଯୋଗ୍ୟ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ କାରଣରୁ ଶ୍ରୀନଗର ଏବଂ ଅମୃତସର ଭଳି ପ୍ରମୁଖ ବିମାନବନ୍ଦର ସମେତ ଦେଶର ଉତ୍ତର ଏବଂ ପଶ୍ଚିମ ଭାଗରେ ଅବସ୍ଥିତ ୩୨ଟି ବିମାନବନ୍ଦରରୁ ବେସାମରିକ ବିମାନ ଚଳାଚଳକୁ ମେ’ ୯ରୁ ମେ’ ୧୫ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଥିଲା। ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଏବଂ ଅନ୍ୟାନ୍ୟ ବିମାନ ଚଳାଚଳ କର୍ତ୍ତୃପକ୍ଷ NOTAM(ନୋଟିସ୍ ଟୁ ଏୟାରମ୍ୟାନ) ଜାରି କରି ଏହି ବିମାନବନ୍ଦରଗୁଡ଼ିକୁ ଅସ୍ଥାୟୀ ଭାବରେ ବନ୍ଦ କରିବା ବିଷୟରେ ସୂଚନା ଦେଇଥିଲେ। ଏବେ ସ୍ଥିତିରେ ସୁଧୁରିବାର ସଙ୍କେତ ଦେଖିବା ପରେ ପର୍ଯ୍ୟାୟକ୍ରମେ ଏହି ବିମାନବନ୍ଦରଗୁଡ଼ିକୁ ପୁନଃଖୋଲିବା ପ୍ରକ୍ରିୟା ଆରମ୍ଭ କରାଯାଇଛି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE