ଜାତୀୟ

ଜଗଦୀପ ଧନଖଡ଼ଙ୍କୁ ମିଳିଲା ନାହିଁ ସରକାରୀ ଆବାସ

0
(0)

୭୪ ବର୍ଷିୟ ଧନଖଡ଼ ଜୁଲାଇ ୨୧ ତାରିଖରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ଏବେ ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ସେପଟେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର କିଛି ସମୟ ପରେ ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ସାମ୍ବିଧାନିକ ନିୟମ ମୁତାବକ ପୂର୍ବ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଟାଇପ-୮ ବଙ୍ଗଳା ଆବଣ୍ଟିତ କରାଯାଏ । ଏହି ଆବଣ୍ଟନ ଆବାସ ଓ ସହରୀ କାର୍ଯ୍ୟ ମନ୍ତ୍ରଣାଳୟ କରିଥାଏ । ଏକ ଜାତୀୟ ଖବର କାଗଜ ମୁତାବକ ମନ୍ତ୍ରଣାଳୟ କିଛିଦିନ ତଳେ ଧନଖଡଙ୍କୁ ଭେଟିଥିଲା । ହେଲେ ତାଙ୍କୁ ମିଳିବାକୁ ଥିବା ସରକାରୀ ବାସଭବନକୁ ନେଇ କଥା ଆଗକୁ ବଢିପାରିନଥିଲା । ଏହି କାରଣରୁ ଧନଖଡ ଏବେ ନିଜ ଘରକୁ ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE