ରାଜ୍ୟ

କାରାଗାର ଭିତରକୁ ଯାଉଛି ବେଧଡକ ନିଶାଦ୍ରବ୍ୟ

0
(0)

ତେବେ ଗତକାଲି ଭୋରରୁ ଦଳବଳ ସହ ଉଭୟ ଜେଲରେ ରେଡ୍ କରି ବିପୁଳ ମାଦକ ଦ୍ରବ୍ୟ ଜବତ କରିଛି ପୋଲିସ୍ । କୁହାଯାଉଛି ଏହାଥିଲା ସରପ୍ରାଇଜ୍ ରେଡ୍ । ତେଣୁ ସ୍ୱତନ୍ତ୍ର ଟିମ୍ ତିଆରି କରି କଏଦୀମାନେ ଶୋଇଥିବା ଅବସ୍ଥାରେ ବରଗଡ଼ ଓ ସମ୍ବଲପୁର ଜେଲରେ ଭୋରରୁ ଛାପାମାରି ଏସବୁକୁ ଜବତ କରିଛି ଉଭୟ ଜିଲ୍ଲାର ପୋଲିସ ।

ସୁରକ୍ଷା ବଳୟ ଭେଦି ଜେଲର ଚାରିକାନ୍ଥକୁ କେମିତି ପଶୁଛି ? କିଏ ସାଜିଛି ଏହି ମାଦକ ଦ୍ରବ୍ୟ ସେବାର କାର୍ପଟଦାର ? ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଜାଣିଲେ ମୁଣ୍ଡରେ ହାତ ଦେଇଦେବେ । ସମ୍ବଲପୁର ମଣ୍ଡଳ କାରାଗାରରେ ଅନେକ ବର୍ଷ ପରେ ପୋଲିସ ଫୋର୍ସ ଧରି ଚଢ଼ାଉ କରିବାକୁ ଯାଇଥିଲା ।

ଗଂଜେଇ ହେଉ କି ଭାଙ୍ଗ, ଖଇନି ହେଉ କି ଗୁଟଖା । ଟେନିସ୍ ବଲରେ ଏସବୁ ଦ୍ରବ୍ୟକୁ ଭର୍ତ୍ତି କରି ଜେଲ ହତା ଭିତରକୁ ଫିଙ୍ଗାଯାଉଛି । ଅର୍ଥାତ୍ ଶୂନ୍ୟରେ ଉଡ଼ି ଉଡ଼ି ଆସି ଜେଲ୍ ପରିସରରେ ଖସିପଡୁଛି କଏଦୀଙ୍କ ମନପସନ୍ଦର ନିଶା ପୁଡ଼ିଆ । କେବଳ ସମ୍ବଲପୁର ନୁହେଁ, ରାଜ୍ୟ ରାଜଧାନୀର ଛାତି ଉପରେ ଥିବା ଝାରପଡ଼ା ଜେଲରେ ବି ଏଭଳି ନିରାପଦ ପନ୍ଥା ଆପଣାଇ ନିଶା ସାମଗ୍ରୀର ଅବାଧ ପ୍ରବେଶ କରାଉଛନ୍ତି କଏଦୀ ।

ଗତ ସେପ୍ଟେମ୍ବରରେ ଏକଥା କହିଥିଲେ ଅତିରିକ୍ତ ଦାୟିତ୍ୱରେ ଥିବା ତତ୍କାଳୀନ ଜେଲ୍ ଏଡିଜି ଅମିତାଭ ଠାକୁର । ଏସବୁ କଥା ଜାଣିଲା ପରେ ଲାଗୁଛି ସତେ ଯେମିତି ମାଦକ ଦ୍ରବ୍ୟର ଭଣ୍ଡାର ପାଲଟିଛି କାରାଗାର । ଯେଉଁଠି ଜେଲ୍ ମାନୁଆଲ ଅନୁଯାୟୀ ଶକ୍ତ ନିୟମ ଥାଏ, ସେଇଠି ଅପରାଧୀଙ୍କ ଚାଲିଛି ହୁକୁମ୍ ।

ତେବେ କଡ଼ା ସୁରକ୍ଷାରେ ଥାଇ ଏବଂ ନିଶା ବ୍ୟବହାର ନିଷିଦ୍ଧ କଥା ଜାଣି ବି କଏଦୀ କାହିଁକି ବେଧଡ଼କ ଚଳାଇଛନ୍ତି ନିଶା କାରବାର ? ଏହି ବେଆଇନ କାର୍ଯ୍ୟକଳାପ ସଂପର୍କରେ କ’ଣ ଜେଲ୍ କର୍ତ୍ତୃପକ୍ଷ ଆଗୁଆ ଜାଣିପାରୁନାହାଁନ୍ତି, ନା ଜାଣିଶୁଣି ଅଜଣା ରହୁଛନ୍ତି ? କାହିଁକି ହେଉନି ନିୟମିତ ଯାଞ୍ଚ ? କଏଦୀ ଏବଂ ଜେଲ୍ କର୍ମଚାରୀଙ୍କ ମିଲିଭଗତରେ କାରାଗାରରେ ଚାଲିଛି କି ଏଭଳି ନିଶା ବ୍ୟବହାର ? ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ଜେଲ୍ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply