କ୍ରୀଡା

ମହିଳା ଦିନିକିଆ ବିଶ୍ୱକପ ଟ୍ରଫି ଉନ୍ମୋଚିତ

0
(0)

 ଆଇସିସି ମହିଳା ଦିନିକିଆ ବିଶ୍ୱକପ ୨୦୨୫କୁ ଆଉ ୫୦ ଦିନ ବାକି ରହିଛି । ଶ୍ରୀଲଙ୍କା ଓ ଭାରତ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିବେ । ଏହାରି ଭିତରେ ଆଜି ମହିଳା ବିଶ୍ୱକପ୍ ଉନ୍ମୋଚିତ ହୋଇଛି । ଏହି ଅବସରରେ ଆଇସିସି ଅଧ୍ୟକ୍ଷ ଜୟ ଶାହ, ବିସିଆଇ ଉପସଭାପତି ଦେବଜିତ୍ ସାଇକିଆ, ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଓ ମିଥାଲି ରାଜ୍, ଭାରତୀୟ କ୍ରିକେଟ ଦଳର ଅଧିନାୟକ ହର୍ମନପ୍ରୀତ କୌର, ସ୍ମୃତି ମାନ୍ଧନା ଓ ଜେମିମା ଉପସ୍ଥିତ ରହିଥିଲେ । ଟ୍ରଫି ଉନ୍ମୋଚନ ଅବସରରେ କ୍ୟାପ୍ଟେନ ହର୍ମନପ୍ରୀତ କହିଛନ୍ତି ଦେଶର ଟ୍ରଫି ଜିତିବା ଆଶାରେ ପୂର୍ଣ୍ଣଚ୍ଛେଦ ପକାଇବୁ ।

‘ଆମକୁ ବିଶ୍ୱକପ୍ ଜିତିବାକୁ ପଡିବ’- ଟ୍ରଫି ଲଞ୍ଚ କାର୍ଯ୍ୟକ୍ରମରେ ହର୍ମନପ୍ରୀତ କୌର କହିଛନ୍ତି ଯେ, ସେ ଏବଂ ତାଙ୍କ ଦଳ ଆଇସିସି ମହିଳା ODI ବିଶ୍ୱକପର ମରୁଡ଼ି ଶେଷ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଦଳ କଠିନ ପରିଶ୍ରମ କରୁଛି । ଆମେ ଟ୍ରଫି ଜିତିବା ପାଇଁ ଅପେକ୍ଷାର ଅନ୍ତ କରିବାକୁ ଚାହୁଁଛୁ । ବିଶ୍ୱକପ୍ ସବୁବେଳେ ସ୍ୱତନ୍ତ୍ର, ମୁଁ ସବୁବେଳେ ଦେଶ ପାଇଁ କିଛି ସ୍ୱତନ୍ତ୍ର କରିବାକୁ ଚାହେଁ । ଯେତେବେଳେ ମୁଁ ଯୁବରାଜ ଭାଇଙ୍କୁ ଦେଖେ, ମୋତେ ବହୁତ ପ୍ରେରଣା ମିଳେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE