ଜୟପୁର କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ମାଡ଼
ଜୟପୁର କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ମାଡ଼ । ଗତ ୧୪ ତାରିଖ ରାତିରେ କୋରାପୁଟ ବସଷ୍ଟାଣ୍ଡ ଠାରେ ଜଣେ ବ୍ୟକ୍ତି ତାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି ।
ବସଷ୍ଟାଣ୍ଡରେ ମସାଲ ଶୋଭାଯାତ୍ରାବେଳେ ମାଡ଼ ମାରିଥିଲେ କୃଷ୍ଣ କୁଲଦୀପ। ଏନେଇ ବିଧାୟକ ତାରା ବାହିନୀପତିଙ୍କ ପିଏସଓ ଥାନାରେ କୃଷ୍ଣ କୁଲଦୀପଙ୍କ ନାଁରେ ଏତଲା ଦେଇଛନ୍ତି ।
ଅନ୍ୟପକ୍ଷରେ କୃଷ୍ଣ କୁଲଦୀପ ମଧ୍ୟ ଥାନାରେ ତାରା ପ୍ରସାଦ ବାହିନୀପତି ଓ ତାଙ୍କ ଦୁଇ ଭାଇ ଟୁନା ବାହିନୀପତି ଏବଂ ଭଗବାନ ବାହିନୀପତିଙ୍କ ନାମରେ ପାଲଟା ଏତଲା ଦେଇଛନ୍ତି । କୃଷ୍ଣ କୁଲଦୀପ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତିଯେ, ତାରା ବାହିନୀପତି ଓ ତାଙ୍କ ୨ ଭାଇ ମତେ ମାରିବାକୁ ଷଡ଼ଯନ୍ତ୍ର କରିଥିଲେ ।
