ବ୍ରହ୍ମପୁରରେ ଭାରତୀୟ ଜନତା ପାର୍ଟିର ଗଡ଼ ତିଆରି କରିଥିବା ବିଶ୍ୱକର୍ମା କେ. ଅନୀଲ କୁମାର
ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର ରାଜ୍ୟ ଓ ଦେଶର ପର୍ଯ୍ୟଟନ ମାନଚିତ୍ରରେ ଏକ ଅନନ୍ୟ ସ୍ଥାନ ଗ୍ରହଣ କରିଆଛି । ଗୋପାଳପୁର ବନ୍ଦର, ଭାରତୀୟ ବିରଳ ମୃତ୍ତିକା ସଂସ୍ଥା, ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ଆଇଜର ସମେତ ଦୁଇଟି ବିଶ୍ୱବିଦ୍ୟାଳୟ, ଅନେକ କଲେଜ ଓ ମେଡିକାଲ କଲେଜ ଆଦି ଏଠାରେ ଅବସ୍ଥିତ । ଅନ୍ୟପଟେ ଏହା ଦକ୍ଷିଣ ଭାରତ ଏବଂ ଓଡ଼ିଶାକୁ ଯୋଗାଯୋଗ କରୁଥିବାରୁ ଏହାକୁ ବ୍ୟବସାୟ ବାଣିଜ୍ୟର ପେଣ୍ଠ ବୋଲି କୁହାଯାଇଥାଏ । ବିଭିନ୍ନ କ୍ଷେତ୍ର ଭଳି ରାଜନୀତିରେ ମଧ୍ୟ ବ୍ରହ୍ମପୁର ବେସ୍ ଜଣାଶୁଣା ।ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା କ୍ଷେତ୍ର ଥିବା ବେଳେ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବେ ବ୍ରହ୍ମପୁର ବୋଲି କୁହାଯାଇଥାଏ । ଯାହାର ବିଧାୟକ ହେଉଛନ୍ତି କେ. ଅନିଲ କୁମାର ।
ପୂର୍ବରୁ ବ୍ରହ୍ମପୁର ସହରରେ କର୍ପୋରେଟର ଭାବରେ ନିର୍ବାଚିତ ହୋଇଥିବା ଅନୀଲ ବ୍ରହ୍ମପୁର ରାଜନୀତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବା ବେଳେ ଲୋକଙ୍କ ନେତା ଭାବେ ବେସ୍ ପରିଚିତ ଥିଲେ । ପୂର୍ବରୁ ବିଜେଡି ଦଳରେ ଥିବା ବେଳେ ମଧ୍ୟ ଅନୀଲ ଥିଲେ ବେସ୍ ସକ୍ରିୟ । ବିମାନ ଯାତ୍ରା ପାଇଁ ବ୍ରହ୍ମପୁର ବାସିନ୍ଦା ଭୁବନେଶ୍ୱର ଓ ବିଶାଖାପାଟଣା ଯିବାକୁ ପଡିଥାଏ । ରାଜ୍ୟର ପଶ୍ଚିମାଞ୍ଚଳର ଝାରସୁଗୁଡ଼ା ଏବଂ ଦକ୍ଷିଣାଞ୍ଚଳର ଜୟପୁରରେ ବିମାନ ବନ୍ଦର ହୋଇଥିବା ବେଳେ, ବ୍ରହ୍ମପୁର ପ୍ରତି ଅବହେଳା କରାଯାଇଥିବା ବିଭିନ୍ନ ମହଲ ଅଭିଯୋଗ ଆସିଥାଏ ଏହି ସମୟରେ ବିମାନ ବନ୍ଦର ଦାବି ନେଇ ବାରମ୍ବାର ଦାବି ରଖି ଆସିଥିଲେ ଅନୀଲ ।
ବାଜିଥାଏ ନିର୍ବାଚନ ବିଗୁଲ ପାଖେଇ ଆସିଥାଏ ୨୦୨୪ ନିର୍ବାଚନ । ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଜମିଲଥିଲା ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର । ପ୍ରାର୍ଥୀପତ୍ର ଦାଖଲ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଥିଲା । ଏହିକ୍ରମରେ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଜମିଥିଲା ବିଭିନ୍ନ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର । ତେବେ ଏହି ନିର୍ବାଚନରେ ଲୋକପ୍ରିୟତା ଦେଖି ବିଜେପି କେ. ଅନୀଲ କୁମାରଙ୍କୁ ପ୍ରାର୍ଥୀ ବୋଲି ଘୋଷଣା କରିଥାଏ ।
ଅନ୍ୟ ପ୍ରାର୍ଥୀଙ୍କ ଭଳି ଅନୀଲ ମଧ୍ୟ ନିଜର ସମର୍ଥକ ଏବଂ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ସେ ନିଜର ପ୍ରଚାର ଜାରି ରଖିଥିଲେ । ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ୱାର୍ଡରେ ଜନସମ୍ପର୍କ ପଦଯାତ୍ରା କରି ସାଧାରଣ ଜନତାଙ୍କୁ ଭୋଟ ଭିକ୍ଷା କରିବା ସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇ ତାହାର ସମାଧାନ କରିବାକୁ ପ୍ରତିଶୃତି ଦେଇ ନିର୍ବାଚନରେ ବିଜୟୀ କରିବାକୁ ଅନୁରୋଧ କରିଥିଲେ ।ଘୋଷଣା ହୋଇଥିଲା ଫଳାଫଳ, ବିଜେଡିର ଗଡ଼ କୁହାଯାଉଥିବା ବ୍ରହ୍ମପୁରରେ ଧସେଇ ପଶିଥିଲା ବିଜେପି । ୫୪, ୯୯୭ ଖଣ୍ଡ ଭୋଟରେ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ । ୧୯୯୫ ମସିହା ତଥା ବିଜୁ ପଟ୍ଟନାୟକଙ୍କ ସମୟରୁ ବିଧାୟକ ଥିବା ଏଭଳି ଜଣେ ଭେଟରଣ ନେତାଙ୍କୁ ହରାଇ ଅନୀଲ ରଚିଥିଲେ ଇତିହାସ ।
ରାସ୍ତା ଘାଟ ଡ୍ରେନ ନିର୍ମାଣ, ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା କ୍ଷେତ୍ରରେ ବିଭିନ୍ନ ଉନ୍ନତିମୂଳକ କାମ କରିଥିବା ବେଳେ mladigitalseva.com ନାମରେ ଏକ ୱେବ ପୋର୍ଟାଲର ଶୁଭାରମ୍ଭ କରିଥିଲେ । ବ୍ରହ୍ମପୁରରେ ପ୍ରଥମ ଥର ପାଇଁ ନାଗରିକଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ଏହି ପଦକ୍ଷେପ ନେଇଥିଲେ ଅନୀଲ। ଏହି ଅଭିନବ ପୋର୍ଟାଲ୍ ସ୍ଥାନୀୟ ବାସିନ୍ଦାଙ୍କୁ ବିଶ୍ୱସ୍ତ ଘରୋଇ ସେବା ପ୍ରଦାନକାରୀଙ୍କ ସହ ଶୀଘ୍ର ଏବଂ ସହଜରେ ସଂଯୋଗ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହା ସହିତ, ଏହା ଅଂଶକାଳୀନ ଚାକିରି ସୁଯୋଗ ଖୋଲିଥାଏ, ଉଭୟ ସେବା ଦେଖିବା ପାଇଁ ସମର୍ଥନ କରିଥାଏ ।
