ରାଜ୍ୟ

କାହ୍ନୁଚରଣ ଧୀର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ନୂଆ ପିଏସ୍ ଭାବେ ନିଯୁକ୍ତ

0
(0)

ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ନୂଆ ପିଏସ୍ ଭାବେ ନିଯୁକ୍ତ ହୋଇଛନ୍ତି କାହ୍ନୁଚରଣ ଧୀର । ଯିଏକି ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଥିଲେ । ତେବେ ପ୍ରଭାତୀ ପରିଡାଙ୍କର ପୂର୍ବରୁ ପିଏସ୍ ଥିବା ବିଶ୍ୱରଞ୍ଜନ ରଥଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି ।

ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଭାବେ ନିଯୁକ୍ତି ଦିଆଯାଇଛି ।

ତେବେ ଉପ-ମୁଖ୍ୟମନ୍ତ୍ରୀଙ୍କ ପିଏସ୍ ବଦଳିବା ଘଟଣା କ୍ଷମତା କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି । ସାଧାରଣତଃ କୌଣସି ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବ୍ୟକ୍ତିଗତ ସଚିବ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦବି ।

ମନ୍ତ୍ରୀମାନେ ନିଜ ପସନ୍ଦ ମୁତାବକ ଅଧିକାରୀଙ୍କୁ ପିଏସ୍ ଭାବେ ନିଯୁକ୍ତି ଦେବାକୁ ସୁପାରିସ୍ କରିଥାନ୍ତି । ସେହି ଅନୁଯାୟୀ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ତାଙ୍କୁ ନିଯୁକ୍ତି ଦିଆଯାଏ । ମନ୍ତ୍ରୀଙ୍କ କାର୍ଯ୍ୟାଳୟର ସବୁ କାର୍ଯ୍ୟ ତାଙ୍କରି ତଦାରଖରେ ହିଁ ହୁଏ । ତେବେ ବିଶ୍ୱରଞ୍ଜନ ରଥଙ୍କୁ ପିଏସ୍ ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିଜ ପସନ୍ଦ ଅନୁଯାୟୀ ନିଶ୍ଚିତ ଚୟନ କରିଥିବେ

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE