ଖୋଲିଲା କେଦାରନାଥ ଧାମ
କେଦାରନାଥ ଧାମରେ ଫଟୋ ଉଠାଉଥିଲେ କିମ୍ବା ରିଲ୍ସ କରୁଥିଲେ ସାବଧାନ । କାରଣ କେଦାରନାଥ ମନ୍ଦିରର ୩୦ ମିଟର ପରିସର ଭିତରେ ଲାଗିଛି କଟକଣା । ଯେଉଁ ୩୦ ମିଟର ଭିତରେ ଫଟୋ ଉଠାଇବା ଏବେ ଭିଡିଓ କରିବା ଉପରେ ରୋକ ଲଗାଯାଇଛି । ଯଦି କେହି ଏହି ନିୟମକୁ ଭାଙ୍ଗି ରିଲ୍ସ କରିବାର କିମ୍ବା ଫଟୋ ଉଠାଇବାର ନଜର ଆସିବ ତାହାଲେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ହେବ ।
ତାଙ୍କ ମୋବାଇଲ କିମ୍ବା କ୍ୟାମେରା ଜବତ କରାଯିବା ସହ ତାଙ୍କ ଉପରେ ୫୦୦୦ ଟଙ୍କାର ଫାଇନ୍ ପଡିବ । ତେଣୁ କେଦାରନାଥ ଯାଉଥିଲେ ଏସବୁ ଦିଗ ପ୍ରତି ଧ୍ୟାନ ଦେବେ । କେଦାରନାଥ ମନ୍ଦିର କମିଟି ପକ୍ଷରୁ ଏହି ନିଷ୍ପତ୍ତି ହୋଇଥିବା ବେଳେ ମୋବାଇଲ, କ୍ୟାମେରା ସହ କୌଣସି ବି ବୈଦ୍ୟୁତିକ ଯନ୍ତ୍ର ନେଇ ମନ୍ଦିର ଭିତରକୁ ଯାଇ ହେବନି ।
ତେବେ ଗତବର୍ଷ ବହୁଳ ମାତ୍ରାରେ ଲୋକଙ୍କୁ ଭିଡିଓ ଏବଂ ରିଲ୍ସ କରିବାର ଦେଖିବାକୁ ମିଳିଥିଲା ଯାହା ଦ୍ବାରା ମନ୍ଦିର ସାମ୍ନାରେ ଗହଳି ଲାଗିବା କାରଣରୁ ଅନ୍ୟ ଶ୍ରଦ୍ଧାଳୁଙ୍କୁ ସମସ୍ୟା ହେଉଥିଲା । ତେଣୁ ଏବର୍ଷ ଏଥିରେ ରୋକ ଲଗାଯାଇଛି ।
