ଜାତୀୟ

କେଜିରୱାଲଙ୍କୁ ମିଳିଲା ଏକ ନୂଆ ସରକାରୀ ବାସଭବନ

0
(0)

ମୁଖ୍ୟମନ୍ତ୍ରୀ ବାସଭାବନ ଛାଡିବାର ଗୋଟିଏ ବର୍ଷ ପରେ ମଧ୍ୟ ଆମ୍ ଆଦମୀ ପାର୍ଟିର ପ୍ରମୁଖ କିମ୍ବା ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲଙ୍କୁ ଶେଷରେ ଏକ ନୂଆ ସରକାରୀ ବାସଭବନ ମିଳିଛି । ଦିଲ୍ଲୀ ହାଇକୋର୍ଟରେ ଏକ ଶୁଣାଣି ପରେ ଏହି ନିଷ୍ପତ୍ତି ଆସିଛି । ଯେଉଁଠାରେ ସେ ଜଣେ ରାଜନୈତିକ ଦଳର ଜାତୀୟ ସଭାପତି ଭାବରେ ବାସଭବନ ପାଇଁ ଅନୁରୋଧ କରିଥିଲେ ।

ସୂଚନାନୁଯାୟୀ, ଗୋଟିଏ ବର୍ଷର ଅପେକ୍ଷା ପରେ ଶେଷରେ ଗତକାଲି କେନ୍ଦ୍ର ସରକାର ବାସଭବନ ଆବଣ୍ଟନ ଘୋଷଣା କରିଛନ୍ତି । ଆମ ଆଦମୀ ପାର୍ଟି ନେତା ବାସଭବନକୁ ଯାଇ ଯାଞ୍ଚ କରିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ, ଅରବିନ୍ଦ କେଜରିୱାଲ ତାଙ୍କ ସାଂସଦ ସଞ୍ଜୟ ସିଂହଙ୍କ ସରକାରୀ ବାସଭବନରେ ରହୁଥିଲେ । ଏହି ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଅରବିନ୍ଦ କେଜିରୱାଲ । ସରକାରୀ ବାସଭବନ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଯାହା ଏବେ ପୂରଣ ହୋଇଛି । କେଜରିୱାଲଙ୍କ ନୂତନ ବାସଭବନ, ଯାହା ପ୍ରାୟ ୫ହଜାର ବର୍ଗଫୁଟ ପରିମିତ, ଦୁଇ ପାର୍ଶ୍ୱରେ ଲନ୍ ସମେତ ଏକ ଅଫିସ୍ ରହିଛି ।

ଅନ୍ୟପଟେ ଯଦି କେଜିରୱାଲଙ୍କ ଇସ୍ତଫା ଦେବା ପର କଥା କୁହାଯାଏ ତେବେ ତାଙ୍କର ସ୍ଥାୟୀ ସରକାରୀ ବାସଭବନ ନଥିଲା । ଫ୍ଲାଗଷ୍ଟାଫ୍ ରୋଡରେ ଥିବା ତାଙ୍କ ସରକାରୀ ବାସଭବନ ଛାଡିବା ପରେ, ସେ ଅସ୍ଥାୟୀ ଭାବରେ ପଞ୍ଜାବର ଆପ ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କ ୫, ଫିରୋଜଶାହା ରୋଡରେ ଥିବା ଘରେ ରହିଥିଲେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE