ରାଜ୍ୟ

ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣା ; ASI ଶୈଳେନ୍ଦ୍ରଙ୍କୁ ବଦଳି ନିର୍ଦ୍ଦେଶ

0
(0)

ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍। ଗ୍ରାମାଞ୍ଚଳ ଥାନା ଏଏସ୍‌ଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ ।  ଏଏସ୍‌ଆଇଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କଲେ କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କରାଯାଇଛି।

ସୂଚନା ଅନୁଯାୟୀ, ଛାତ୍ରୀଙ୍କ ତଥାକଥିତ ପ୍ରେମିକ ତାଙ୍କୁ  ବ୍ରେକ୍‌ଅପ୍‌ ପରେ ବ୍ଲାକ୍‌ମେଲ୍‌ କରୁଥିବା,  ଫଟୋ ଭାଇରାଲ୍‌ କରୁଥିବା, ହଇରାଣ ହରକତ ସହ ମାନସିକ ନିର୍ଯାତନା ଦେଉଥିବା ନେଇ ଥାନାରେ ପ୍ରାୟ ଛାତ୍ରୀ ଆତ୍ମଦାହ କରିବାର ୬ରୁ ୮ ମାସ ପୂର୍ବରୁ  ପରିବାର ଲୋକଙ୍କ ସହ ଯାଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଥାନାରେ ଗୁହାରି  ଜଣାଇବାକୁ ତାଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା  କରିବାକୁ ପଡ଼ିଥିଲା। ହେଲେ ପୁଲିସ ଏଏସ୍‌ଆଇ  ଶୈଳେନ୍ଦ୍ର ମୋହନ ପଲେଇ ଏତଲା ରଖିନଥିଲେ ।  ଦାୟିତ୍ୱ ଖସାଇବାକୁ ଯାଇ ବ୍ଲାକମେଲ କରୁଥିବା ଛାତ୍ରୀଙ୍କ ତଥାକଥିତ ପ୍ରେମିକ ଯୁବକର  ଫୋନ୍‌ ନମ୍ବର ବ୍ଲକ୍‌ କରିବାକୁ କହିଥିଲେ । ବ୍ଲାକ୍‌ଲିଷ୍ଟରେ ପକାଇବାକୁ କହିଥିଲେ । କିନ୍ତୁ  ମାମଲା ହୋଇପାରିବ ନାହିଁ ବୋଲି ପୀଡ଼ିତାଙ୍କ ପରିବାରକୁ ମନା କରିଦେଇଥିଲେ ବୋଲି  ମୃତା ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି ।  ଏହା ପରେ ଫୋନ୍‌ରେ ମୌଖିକ ଭାବେ ଏ  ବିଷୟରେ ପୁଲିସକୁ ଜଣାଇଥିଲେ ହେଁ ପୁଲିସ  ପକ୍ଷରୁ କୌଣସି ସହଯୋଗ ମିଳିନଥିଲା । ପୁଲିସ  ଏତଲା ରଖିବା ପାଇଁ ମନା କରିଦେବା ପରେ  ଛାତ୍ରୀ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ । ପ୍ରେମିକର  ନିର୍ଯାତନା ଦିନକୁ ଦିନ ଅସହ୍ୟ ହୋଇ ଚାଲିଥିଲା ।  ଯାହା ସହିବା ତାଙ୍କ ପକ୍ଷେ ଆଉ ସମ୍ଭବ ହୋଇ  ପାରିନଥିଲା । ଆଉ ଆତ୍ମଦାହ କରିବାକୁ ନିଷ୍ପତ୍ତି  ନେଇଥିଲେ ବୋଲି ଚର୍ଚ୍ଚା ହେଉଛି । ଏ ଘଟଣା ପୁଣି ଥରେ ପୁଲିସ ଉପରକୁ ଅଙ୍ଗୁଳି ଉଠାଇଛି । ଏହି ଘଟଣା ପରେ ଗ୍ରାମାଞ୍ଚଳ ଥାନା ଏଏସ୍‌ଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳିି କରାଯାଇଛି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE