ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ
ଜୋର୍ ଧରିଲା ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବି। ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚକଅଖ, ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ଓ ସ୍କୁଲ କଲେଜ ଆଦି ବନ୍ଦ ପାଇଁ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି ।
କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ଏହି ବନ୍ଦ ପାଳନ ହେଉଛି। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ହଜାର ହଜାର ଶିକ୍ଷିତ ଆଦିବାସୀ ଯୁବକ ଯୁବତୀ ଚାକିରୀ ଆଶାୟୀ ଥିବା ବେଳେ, ସରକାର ସେମାନଙ୍କ ପ୍ରତି ଅଣଦେଖା କରି ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ ଚାକିରି ଦେଉଥିବା ଅଭିଯୋଗ ହୋଇଛି ।
Related posts:
ଆଜି ବି ଖାଡ଼ା ଉପାସରେ ମହାପ୍ରଭୁ ଲିଙ୍ଗରାଜJanuary 15, 2025
ବିସ୍କୁଟ ପ୍ୟାକେଟରେ ୪ କୋଟିର ନିଶାJanuary 15, 2025
କେନ୍ଦୁଝର ପାଇଁ ବଡ଼ ଘୋଷଣା , ନିର୍ମାଣ ହେବ ମେଗା ଷ୍ଟିଲ ପ୍ଲାଣ୍ଟJanuary 15, 2025
ଜନସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନJanuary 14, 2025
ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀରJanuary 14, 2025
ଚେତାବନୀ ଦେଲେ ଯୋଗାଣ ଅଧିକାରୀଙ୍କୁJanuary 13, 2025