ରାଜ୍ୟ

ହବାଳିଖଟିରେ ସ୍ଥଳଭାଗ ଛୁଇଁଲା ବାତ୍ଯା ‘ଦାନା’

0
(0)

ଭୟଙ୍କର ରୂପ ନେଇ ସ୍ଥଳଭାଗ ଅତିକ୍ରମ କରୁଛି ବାତ୍ଯା ‘ଦାନା’ । ଜାରି ରହିଛି ଭୀଷଣ ବାତ୍ଯାର ଲ୍ଯାଣ୍ଡଫଲ୍ ପ୍ରକ୍ରିୟା । ହବାଳିଖଟିରେ ସ୍ଥଳଭାଗ ଛୁଇଁଲା ବାତ୍ଯା ‘ଦାନା’ । ରାତି ୧୨ଟା ୫ ମିନିଟରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ । ଆଉ ପ୍ରାଏ ଘଣ୍ଟାଏ ଭିତରେ ସରିବ ଲ୍ଯାଣ୍ଡଫଲ୍ ପ୍ରକ୍ରିୟା ।
ବାତ୍ୟା ‘ଦାନା’ ଭିତରକନିକାରେ ତାଣ୍ଡବ ରଚୁଛି । ଉଗ୍ରରୂପ ଧାରଣ କରିଛି ସମୁଦ୍ର । ପ୍ରାୟ ୩ ମିଟରର ଜୁଆର ସମୁଦ୍ରରେ ଉଠୁଛି । ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି. ବେଗରେ ପବନ ବୋହିଛି । କେତେକ ସ୍ଥାନରେ ପବନର ବେଗ ୧୨୫ କି.ମି. ପର୍ଯ୍ୟନ୍ତ ପହଞ୍ଚିଥିଲା ।
ଦୀର୍ଘ ସମୟ ପର୍ଯ୍ଯନ୍ତ ପବନ ସହିତ ପ୍ରବଳ ବର୍ଷା ଜାରି ରହିଥିଲା । ପବନରେ ଅନେକ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଥିବାବେଳେ ଘର ମଧ୍ଯ କ୍ଷତିଗ୍ରସ୍ତ ହୋଇଛି । ଦାନା ଦ୍ବାରା ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବାଲେଶ୍ବର ଜିଲ୍ଲାରେ ବ୍ୟାପକ କ୍ଷତି ଘଟିଛି । ଉପକୂଳବର୍ତ୍ତୀ କିଛି ଗାଁରେ କଚ୍ଚା ତଥା ମାଟି କାନ୍ଥ ଘର ଭାଙ୍ଗିବା ସହ ଚାଳଘର ଗୁଡ଼ିକର ଛପର ଉଡ଼ିଯାଇଛି । ଗଛଡାଳ ପଡ଼ି କିଛି ସ୍ଥାନରେ ବିଦ୍ୟୁତ୍ ଓ ଟେଲିଫୋନ୍ ତାର ଛିଣ୍ଡିଛି । ପିଚୁ ଓ ମାଟି ରାସ୍ତା ଧୋଇଯାଇଛି । ବାତ୍ୟା ଯେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁଛି ସେଠାରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି । ବ୍ୟାପକ ପରିମାଣରେ ଧାନ ଫସଲ କ୍ଷତି ହୋଇଥିବା ସୂଚନା ମିଳିଛି ।
ଭିତରକନିକା ଜାତୀୟ ଉଦ୍ୟାନରେ ବନ୍ୟପ୍ରାଣୀମାନେ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି । ସେହିପରି ସମୁଦ୍ର କୂଳରେ ଥିବା ଅନ୍ୟ ଜଙ୍ଗଲରେ ମଧ୍ୟ ଜୀବଜନ୍ତୁ ପ୍ରଭାବିତ ହୋଇଛନ୍ତି । ଜୀବଜନ୍ତୁମାନେ କେତେ ପ୍ରଭାବିତ ହୋଇଛନ୍ତି ସେନେଇ ସ୍ପଷ୍ଟ ସୂଚନା ଯଦିଓ ମିଳିପାରିନି ତଥାପି ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି ।
ବାତ୍ଯା ପରେ ବିଭିନ୍ନ ସ୍ଥାନରେ ରେସ୍କ୍ଯୁ ଅପରେସନ ଆରମ୍ଭ ହୋଇଯାଇଛି । ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ଏନଡିଆରଏଫର ଟିମ୍ ଉଦ୍ଧାର କାର୍ଯ୍ଯରେ ନିୟୋଜିତ ହୋଇଛନ୍ତି । ରାସ୍ତାରୁ ଗଛ ହଟାଇବା କାମ ଆରମ୍ଭ ହୋଇଯାଇଛି । ବିଭିନ୍ନ ସ୍ଥାନରେ ବିଦ୍ଯୁତ ସରବରାହ ବନ୍ଦ ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ସ୍ଥିତି ସ୍ବାଭାବିକ ପାଇଁ ରେସ୍କ୍ଯୁ ଟିମ୍ ଲାଗି ପଡ଼ିଛନ୍ତି । ବାତ୍ୟା ଓ ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ସ୍ବାଭାବିକ କରିବା ପାଇଁ କସରତ କରୁଛି ପ୍ରଶାସନ । ୧୪ଟି ଜିଲ୍ଲାରେ ହେଲ୍ପଲାଇନ୍ ନମ୍ବର ବ୍ୟବସ୍ଥା କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରାୟ ୪ ଲକ୍ଷ ଲୋକଙ୍କୁ ରଖି ଖାଇବା-ପିଇବାକୁ ଦିଆଯାଉଛି । ବର୍ଷା କମିବା ପରେ ବାତ୍ୟା ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply

Your email address will not be published. Required fields are marked *