ରାଜ୍ୟ

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା

0
(0)

ଧରାପୃଷ୍ଠକୁ ବିରାଜିଛନ୍ତି ମା’ ଲକ୍ଷ୍ମୀ, ଆଜିଠାରୁ ଆରମ୍ଭ ହୋଇଛି ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମା’ ଲକ୍ଷ୍ମୀ ।ଏଥିପାଇଁ ପାଇଁ ଢେଙ୍କାନାଳ ପୁଲିସ ପକ୍ଷରୁ ଜାରି ହୋଇଛି ଟ୍ରାଫିକ୍ କଟକଣା । ପୂଜା ପାଇଁ ଟ୍ରାଫିକ୍ କଟକଣା ଜାରି ହୋଇଥିବା ନେଇ ସୂଚନା ଦେଇଛନ୍ତି ଏସ୍‌ପି ଶ୍ରୀ ଅଭିନବ ସୋନକର ।

ଟ୍ରାଫିକ୍‌ ସୁପରିଚାଳନା ନିମନ୍ତେ ପୁଲିସ ପକ୍ଷରୁ ସ୍ବତନ୍ତ୍ର ରୁଟ୍ ଚାଟ୍ ଜାରି କରାଯାଇଛି। ଅପରାହ୍ନ ୪ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସମୟକୁ ମୁଖ୍ୟ ସମୟ ଭାବେ ଗ୍ରହଣ କରାଯାଇଛି । ଗତଥର ସହର ଭିତରେ ବସ୍ ପସିଯାଇଥିବାରୁ ଦୁଇଟି ସ୍ଥାନରେ ଅଘଟଣ ସୃଷ୍ଟି ହୋଇଥିଲା। ଏଥିପାଇଁ ବସ୍ ଚଳାଚଳ ପାଇଁ ସ୍ଥିର ହୋଇଥିବା ରୁଟ୍ ଅନୁଯାୟୀ, ଅନୁଗୁଳରୁ ଢେଙ୍କାନାଳ ଦେଇ କଟକ ଯାଉଥିବା ବସ୍ ଏନ୍‌ଏଚ୍ -୫୫ରେ ଆସି କଲେଜ ବାଇପାସ୍‌ରୁ ବସ୍‌ଷ୍ଟାଣ୍ଡକୁ ଆସିବ ଓ ପୁଣି ସେହି ରାସ୍ତାରେ ଫେରିବ । ତେଣୁ ଉକ୍ତ ରୁଟ୍ ରେ ଯାଉଥିବା ବସ୍ ଗୁଡିକୁ ସହର ଭିତରକୁ ପଶିବାକୁ ବାରଣ କରାଯାଇଛି । ସେହିପରି କଟକରୁ ଅନୁଗୁଳ ଯାଉଥିବା ବସ୍ କଲେଜ ବାଇପାସ ଦେଇ ବସ୍‌ଷ୍ଟାଣ୍ଡକୁ ଆସିବା ସହ ପୁଣି ସେହି କଲେଜ ବାଇପାସ ହୋଇ ଏନ୍‌ଏଚ୍-୫୫ରେ ଯିବ।

ଅନ୍ୟପଟେ ବଣସିଂହ, ଯୋରନ୍ଦା, ଗଁଦିଆ ଆଡୁ ଆସୁ ଥିବା ବସ୍ ବାଜିଚୌକ ଓଭରବ୍ରିଜରୁ ରେଲୱେ ରୋଡ୍‌ରେ ଆସି ଷ୍ଟେସନ ଛକ, କୋରିଆଁ ବାଇପାସ୍‌ରୁ ଏନ୍‌ଏଚ୍-୫୫ରେ ଆସି କଲେଜ ବାଇପାସ୍‌ରୁ ବସ୍‌ଷ୍ଟାଣ୍ଡକୁ ଆସିବ। ଶଙ୍କରପୁର ପଟୁ ଆସୁଥିବା ବସ୍ ମଧ୍ଯ କଲେଜ ବାଇପାସ୍‌ରୁ ବସ୍‌ଷ୍ଟାଣ୍ଡକୁ ଆସିବ। ସେହିପରି ସହର ଭିତରଦେଇ ଯାଉଥିବା ୪ଚକିଆ ଯାନ ପାଇଁ ବିଭିନ୍ନ ରୁଟ୍ ସ୍ଥିର ହୋଇଛି । ଅନ୍ୟପଟେ ଟ୍ରାଫିକ୍ ପରିଚାଳନାରେ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି ଏସ୍‌ପି ଶ୍ରୀ ସୋନକର ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply